Share ଡାବୁଗାଁ ବ୍ଲକ :-ଧାନ ମଣ୍ଡି ରେ ପ୍ରଥମ ଦିନରୁ ଚାଷୀଙ୍କୁ ଅଣଦେଖା ହୋଇ ଥିବା ଅଭିଯୋଗ ହୋଇଛି । ଆଜି ଡାବୁଗାଁ ବ୍ଲକ ରେ ଧାନ ମଣ୍ଡି ଆରମ୍ଭ ହୋଇଯାଇଛି କିନ୍ତୁ ଏବିଷୟରେ କୃଷକ ମାନଙ୍କୁ କିଛି ସୂଚନା ଦିଆ ଯାଇ ନଥିବା ଡାବୁଗାଁ ବ୍ଲକ ର କୃଷକ ମହାସଙ୍ଘ ସଭାପତି ସତ୍ୟ ରଞ୍ଜନ ପାତ୍ର କହିଛନ୍ତି । ମଜଦୂର କିଷାନ୍ ହିନ୍ଦୁ ମହାସଂଘ ଏବଂ ବିଭିନ୍ନ ସଂଗଠନ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ଆଜିଠାରୁ ସମସ୍ତ ପଞ୍ଜୀକୃତ ଚାଷୀ ନିଜ ଅମଳ ଧାନ କୁ ବିକ୍ରି କରିପାରିବେ । ଜଣେ ପଞ୍ଜିକୃତ ଚାଷୀ ଗୋଟିଏ ମଣ୍ଡିରେ ୪୦ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ । ତେବେ ଦଲାଲ ମୁକ୍ତ ମଣ୍ଡି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମଣ୍ଡିରେ ସିସିଟିଭି ଲଗାଇବା ସହ ଭିଡିଓ ରେକଡ଼ିଂର ବ୍ୟବସ୍ଥା କରିବା କଥା କିନ୍ତୁ ଡାବୁଗାଁ ମଣ୍ଡି ରେ ସବୁ ଅବହେଳା କରାଯାଇଛି । ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 ଆଡଭକେଟ୍ ଜୟନ୍ତ କୁମାର ପାତ୍ର ଭାରତ ସରକାରଙ୍କ ଦ୍ବାରା ନୋଟାରୀ ପବ୍ଲିକ… Mar 24, 2025 ଚାଷୀ ମାନଙ୍କ ଧାନ ଲ୍ୟାମ୍ପ ନ କିଣି ଦଲାଲ ମାନଙ୍କ ଦ୍ୱାରା କମ ଦାମ ରେ ଆଉ କୁଇଣ୍ଟାଲ ପିଛା ୫ ରୁ ୮ କିଲୋ ପର୍ଯନ୍ତ ବିନା ଯାଞ୍ଚ ରେ ଓଜନ ପରିମାଣ ହ୍ରାସ କରି କିଣୁଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଭାଗ ଚାଷୀ ମାନଙ୍କୁ ଏହି ବର୍ଷ ଟୋକେନ୍ ଦିଆଯିବ ନାହିଁ ବୋଲି ଡାବୁଗାଁ ଏମ.ଡ଼ି ସୀଧା ସଳଖ ମନା କରିଦେଇଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ କୃଷକ ସଂଗଠନ । ଚାଷୀମାନଙ୍କୁ ସୂଚନା ପ୍ରଦାନ ବେଳେ ମଧ୍ୟ ଡାବୁଗାଁ ଲେମ୍ପ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ସାମାନ୍ୟ ଛୋଟ ଛୋଟ କାର୍ଯ୍ୟ ପାଇଁ ମଧ୍ୟ ଚାଷୀ ମାନେ ଅବହେଳିତ ଅନୁଭବ କରୁଛନ୍ତି। ବାରମ୍ବାର ସେମାନଙ୍କୁ ଆସିବା କୁ ପଡୁଛି । କମ୍ ଦିନ ମଧ୍ୟରେ ଏହାର ସମାଧାନ ନହେଲେ,ଆଗକୁ ଚାଷୀ ଆଇନ୍ ଅନୁଯାୟୀ ଅନ୍ୟାୟ ବିରୁଦ୍ଧରେ ଲଢେଇ ଆରମ୍ଭ କରିବ ବୋଲି ବିଭିନ୍ନ ସଂଗଠନ ତରଫରୁ ସୂଚିତ କରିଛନ୍ତି। ନବରଙ୍ଗପୁର ରୁ ମିହିର ଶଙ୍କର ପାତ୍ର, କୋଶଲ ନ୍ୟୁଜ୍ । 0 13 Share FacebookTwitterWhatsAppEmailFacebook MessengerTelegramPrint