ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ

ମାଲକାନଗିରି ( କୋଶଲ ନ୍ୟୁଜ୍ ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର MV-64/10 ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା l ଆଜି ସାନ୍ଧ୍ୟ ସମୟରେ ହୋଇଥିବା କାଳବୈଶାଖୀ ଓ ବଜ୍ରାଘାତରେ MPV-10 ଗ୍ରାମରେ ରହୁଥିବା ସ୍ୱର୍ଗତ ନିରଞ୍ଜନ ବୈରାଗିଙ୍କ ସାନ ପୁଅ ବଲାଇ ବୈରାଗିଙ୍କର ଚାଲିଗଲା ଜୀବନ l ମିଳିଥିବା ସୂଚନା ଅନୁସାରେ ସେ ତାଙ୍କ ବିଧବା ମାଆ,ଭାଉଜ ଓ ଦୁଇ ପିଲାଙ୍କୁ ନେଇ ଏକ ଭଙ୍ଗା ମାଟି ଘରେ ରହୁଥିଲେ l ଆଜି କାଳବୈଶାଖୀ ଯୋଗୁଁ ପ୍ରବଳ ବର୍ଷା ହେବ ସମୟରେ ଘରର ମାଟି କାନ୍ଥରେ ପାଣି ପଡିବ ବୋଲି ସେ ଗୋଟିଏ ହାତରେ ଛତା ଧରି ଘରର ପଛ ପଟେ ଥିବା କାନ୍ଥ ଉପରେ ତାଳପତ୍ର ଘୋଡେଇ ଥିବା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା l ଏହି ସମୟରେ ତାଙ୍କ ଘର ଉପରେ ବିଜୁଳି ପଡିବାରୁ ଘରର ବିଦ୍ୟୁତ ତାର ବୋର୍ଡ ଇତ୍ୟାଦି ପୋଡି ଯିବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା l ଏହି ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ତାଙ୍କୁ ମେଡିକାଲ ନେବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେଇଥିଲା l ଯୁବକଙ୍କ ମୃତ୍ୟୁ ଘଟଣା ଜାଣିବା ପରେ ପରିବାର, ଗ୍ରାମବାସୀ ଓ ଅଞ୍ଚଳ ବସିଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ପଟେରୁ ଫାଣ୍ଡି ରେ ଏହିଭଳି ବାବଦରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି l ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି l ବଡ଼ ଭାଇ କାମ କରିବାକୁ ବାହାରକୁ ଯାଇ ଆଉ ଫେରି ନାହାନ୍ତି ତେଣୁ ପରିବାର ବୋଝ ପୁରା ବଲାଇଙ୍କ ଉପରେ l ବଲାଇଙ୍କ ମୃତ୍ୟୁରେ ପରିବାର ବର୍ଗ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି l ମୃତ ଯୁବକଙ୍କ ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଓ ବଜ୍ରାଘାତ ଅନୁକମ୍ପା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ପରିବାର ଓ ଅଞ୍ଚଳ ବସି ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।

Comments
Loading...