ବିବାହ ଭୋଜିରେ ବଚସାରୁ ସାଙ୍ଗକୁ ହତ୍ୟା, ଦିନକ ପରେ ମିଳିଲା ସବ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):-କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଲଂକାଗଡ଼ ପଞ୍ଚୟତର ସୁଲେରେଜୁ ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ । ଅର୍ତ୍ତା ବାଲି ଗ୍ରାମର କିଶୋର ମାଝୀ ଗତ ଶୁକ୍ରବାର ନିଜ ମାମୁଁ ଗାଁ ସୁଲେରେଜୁ ଆସି ଥିଲା ବାହାଘର ଭୋଜି ପାଇଁ । ଭୋଜି ଖାଇ ସେହି ଦିନ ନିଜ ଘରକୁ ଫେରି ନଥିଲେ । ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରି ଦିନକ ପରେ ଏକ ବିଲରୁ ଉଦ୍ଧାର କରିଥିଲେ ପୁଅର ମୃତ ଶରୀର l ଶନିବାର ଦିନ ବେଲଘର ଥାନାରେ ଏହି ସଂକ୍ରାନ୍ତରେ ଏତଲା ଦେଇଥିଲେ ପରିବାର ଲୋକ l ଘଟଣା ସ୍ଥଳରେ ପୋଲିସ ପହଁଚି ପ୍ରାଥମିକ ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡିଛି l ଦିନବେଳା ଭୋଜିରେ ଅନ୍ୟ ୨ ବନ୍ଧୁଙ୍କ ସହ କୌଣସି କାରଣ ବଶତଃ ବଚସା ହୋଇଥିଲା l ଏହାକୁ ନେଇ ରାତ୍ରି ପ୍ରାୟ ୯ଘଣ୍ଟା ସମୟରେ ସନ୍ଦିପଦର ଗ୍ରାମର ଟେଙ୍ଗେ ମାଝି ଓ ବୁଡିଙ୍ଗଲୁ ଗ୍ରାମର ସେବେନା ମାଝୀ ପୂର୍ବରୁ ଯୋଜନା ପ୍ରକାରେ କିଶୋର ମାଝି (୪୦)କୁ ଅନ୍ଧାର ରାତିର ସୁଯୋଗ ନେଇ ଗାଁ ଦାଣ୍ଡରେ ହତ୍ୟା କରି ପାଖ ବିଲରେ ଫିଙ୍ଗି ଦେଇ ଚୁପଚାପ ହୋଇ ସୁଲେରେଜୁ ରେ ଥିଲେ । ପୋଲିସ ଆଜି ରବିବାର ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ତେବେ ଅଭିଯୁକ୍ତ ସେବେନା ମାଝି ଫେରାର ଥିବା ବେଳେ ସହଯୋଗୀ ଟେଣ୍ଡେ ମାଝିକୁ ପୋଲିସ ଗିରଫ କରିଥିବା ବେଲଘର ଥାନା ଭାରପ୍ରାପ୍ତ ଅଧିକାରୀ ସୌମ୍ୟ ରଂଜନ ପତି କହିଛନ୍ତ । ହତ୍ୟାର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବା ଥାନା ଅଧିକାରୀ କହିଛନ୍ତି l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...