କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ୱାରା ମୁଣ୍ଡିଗଡ଼ ଗ୍ରାମରେ ଜନସମ୍ପର୍କ ଶିବିର ଅନୁଷ୍ଠିତ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):-ମାଓପ୍ରବଣ ତୁମୁଡିବନ୍ଧ ବ୍ଲକ ର ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ୱାରା ଏକାଧିକ ଜନସମ୍ପର୍କ କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କ ନିକଟତର ହେବାରେ ସକ୍ଷମ ହୋଇପାରିଛି l ଶନିବାର ଦିନ ତୁମୁଡିବନ୍ଧ ଥାନା ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ୧୨୭ ବାଟାଲିୟନ ଦ୍ୱାରା ମୁଣ୍ଡିଗଡ଼ ସ୍ଥିତ ମା ଭୈରବୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଏକ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଜରିଆରେ ଉପସ୍ଥିତ ଜନସାଧାରଣଙ୍କୁ ଆଇନ ଶୃଙ୍ଖଳା ଓ ସ୍ୱଚ୍ଛତା ଉପରେ ସଚେତନ କରାଯାଇଥିଲା l ଏକାଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଗଣ ଓ ଯୁବକସଂଘ କୁ କ୍ରୀଡ଼ା ଉପକରଣ ବିତରଣ କରାଯାଇଥିଲା l ଗରିବ ପରିବାରଙ୍କୁ ବାସନକୁଶନ, ସୋଲାର ଲାଇଟ ଇତ୍ୟାଦି ବିତରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ସ୍ଥିତ ୧୨୭ ବାଟାଲିୟନ କେନ୍ଦ୍ରୀୟ ସୁରକ୍ଷା ବଳର ଦ୍ଵିତୀୟ କମାଣ୍ଡ ଅଧିକାରୀ ସୁବ୍ରତ ନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ l ଅନ୍ୟ ସମସ୍ତ ଅଧିକାରୀ ଓ ଯବାନ ମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...