ମୁଣ୍ଡିଗଡ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଜମିତା ମଳିକ ଙ୍କ ଅଧକ୍ଷତା ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରିଧାରୀ କହଁରଙ୍କ ତ୍ବତ୍ତାବଧାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ବ୍ଲକ ଅଧକ୍ଷା ବାସନ୍ତୀ ମାଝୀ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମ ରେ ସନମାନିତ ଅତିଥି ଭାବେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ରାଜୀବ ପାତ୍ର, ଜିଲ୍ଲା ପରିଷଦ ନବୀନ ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ସୋରେନ, ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି କମଳାକାନ୍ତ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଟ, ବିଜେଡି ବରିଷ୍ଠ କର୍ମୀ ଯୋହନ ବାରିକ, ତୁମୁଡିବନ୍ଧ ବ୍ଲକ ବିଜେଡି ସଭାନେତ୍ରୀ ରାଣୁବାଳା ମହାନ୍ତି, ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଜ୍ୟୋତିରଞ୍ଜନ ବେହେରା, ତୁମୁଡିବନ୍ଧ ବ୍ଲକ ରେ କାର୍ଯ୍ୟରତ ବିଭିନ୍ନ ବିଭାଗ ର ବିଭାଗୀୟ ଅଧିକାରୀ ଗ୍ରାମ୍ୟ ରୋଜଗାର ସେବକ କାନସି ଦିଗାଲ,ସମସ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ. ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରିଧାରୀ କହଁର ପରିଚାଳନା କରିଥିବାବେଳେ ତାଙ୍କୁ ସହଯୋଗ କରିଥିଲେ ବିଭିନ୍ନ ୱାର୍ଡ ଓ ଗ୍ରାମ ରୁ ଆସିଥିବା ସୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଓ ମିଶନ ଶକ୍ତି ବିଭାଗ ର ସମସ୍ତ ସିଆରପି ମାନେ l ଏଥିରେ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତ ରେ ହେଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ବିଷୟରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ସାଧାରଣ ଜନତାଙ୍କୁ ଅବଗତ କରାଯାଇଥିଲା l ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ସାଧରଣ ଜନତାଙ୍କୁ ସଚେତନ କରାଯାଇଥିଲା l ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତ ର କଳାକାର ଭାଇ ଭଉଣୀ ମାନଙ୍କ ଦ୍ୱାରା ସରକାରଙ୍କ ଯୋଜନା ଗୁଡିକ ବିଷୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା l ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା କୁନି କୁନି କୋମଳମତି ଛାତ୍ର ଛାତ୍ରୀ ନିଜର କଳା ପ୍ରଦର୍ଶନ କରିଥିଲେ l ନାଟକ ମାଧ୍ୟମରେ କଳାକାର ମାନେ ସରକାରଙ୍କ ଯୋଜନା ଗୁଡିକ ର ଫାଇଦା ବିଷୟରେ ସଚେତନତା କରିଥିଲେ ଏବଂ ଏହି ସବୁ ଯୋଜନାରେ ନିଜକୁ କେମିତି ସାମିଲ କରିବେ ସେନେଇ ଜନସାଧାରଣଙ୍କୁ ବୁଝାଇଥିଲେ l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...