ଭୋପାଲରେ ଗୌରବ ରଚିଲେ କନ୍ଧମାଳ ଜନଜାତି ଯୁବମଞ୍ଚ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):-କନ୍ଧମାଳ ଜିଲ୍ଲା ମୁଣ୍ଡିଗଡ ପଞ୍ଚାୟତର ଖମନପଡା ଓ ବୁଢାକୁନ୍ଦେଲ ଗ୍ରାମ ରୁ 127 ବାଟାଲିୟନ CRPF ତଥା ନେହେରୁ ୟୁବା କେନ୍ଦ୍ର ତରଫ ରୁ ଭୋପାଲ ରେ ୧୫ତମ ଜନଜାତି ଯୁବା ଆଦାନ ପ୍ରଦାନ ସମାରହରେ ୬ ଟି ରାଜ୍ୟ ରୁ ୧୦ରୁ ଅଧିକ ଟି ଜିଲ୍ଲା ଅଂଶଗ୍ରଣ କରି ନିଜର କଳାସଂସ୍କୃତି କୁ ପରିବେଷଣା କରି ଥିଲେ ସେଥିରେ କନ୍ଧମାଳ ଦଳ ସାଂସ୍କୃତିକ ନୁତ୍ୟ ରେ ପ୍ରଥମ ସ୍ଥାନ ଓ ବକୃତା ରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ (ଅନୀଲ ପରାସେଠ, କୁନ୍ଦନ ନାୟକ ) ଅଧିକାର କରି ଓଡିଶା କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିଲେ l ଏଥିପାଇଁ ସେମାଙ୍କ ପ୍ରତି କନ୍ଧମାଳ ଜିଲ୍ଲା ରୁ ଶୁଭେଚ୍ଛାର ସୁଅ ଛୁଟୁଛି l ମୁଖ୍ୟ ଅତିଥି କ୍ରୀଡା ତଥା ସଂସ୍କୃତି ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆସି ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l
ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟହେଉଛି ଆଦିବାସୀ ଅଧ୍ୟୁଷିତ ତଥା ମାଓ ପ୍ରବଣ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ବାହାର ରାଜ୍ୟରେ ଲୋକଙ୍କ ଜୀବନ ଶୈଳୀ କିଭଳି ରହିଛି ଏବଂ ସେମାନଙ୍କ ର କଳା ସଂସ୍କୃତି ଆଚାର ବ୍ୟବହାର ଖାଇବା ପିଇବା ଇତ୍ୟାଦି ଜାଣିବା ସହିତ ନିଜର କଳା ସଂସ୍କୃତି କୁ ଏହି ମଞ୍ଚରେ ପ୍ରଦର୍ଶନ କରି କିଛି ଶିଖିବାକୁ ସୁଯୋଗ ସୃଷ୍ଟି ହୋଇଥାଏ । ଏହି କାର୍ଯ୍ୟକ୍ରମରେ କୁନ୍ଦନ କୁମାର ନାଏକ, ଅନିଲ ପରାସେଠ , ବିଜୟ କୁମାର ମାଝୀ, ପରମାନନ୍ଦ ପାତ୍ର, ଅଞ୍ଜୀତ ପାରାସେଠ, କ୍ଷୀରୋଦ ମଣି ଧାରୁଆ,ଶ୍ରୀକାନ୍ତ ମାଝୀ,ଉମେଶ ମାଝୀ, ଉଗ୍ରସନ ପାତ୍ର, ଧନୁର୍ଜୟ ପାତ୍ର, ମଣ୍ଟୁ ପରାସେଠ, ପ୍ରୋହିତ ନାୟକ,ଭଗବତି ପାତ୍ର, ଜ୍ୟୋଷ୍ଣା ପାତ୍ର, ରେଖା ପାତ୍ର, ଟୁନି ପାତ୍ର, ଦମୟନ୍ତୀ ପାତ୍ର, ସୁନେଲି ପାତ୍ର, ଗୁଣମତି ପାତ୍ର, ସସ୍ମିତା ପାତ୍ର, 127 ବାଟାଲିୟନ ବାଲିଗୁଡାରୁ କେ ଶ୍ରୀନିବାସ, ପ୍ରମିଳା ଦାସ ଅଂଶ ଗ୍ରହଣ କରିଥିଲେ l
ରିପୋର୍ଟ – ପବିତ୍ର ଦିଗାଳ

Comments
Loading...