କୋଇଲା ର ସହର ତାଳଚେର

କୋଶଲ ନ୍ୟୁଜ୍ ବ୍ୟୁରୋ |

ତାଳଚେର , ତେଣୁ ତାର ଅନ୍ୟନାମ କୋଇଲା ନଗରୀ l ଏଠିକାର ଗ୍ରାମବାସୀମାନେ ଭିଟାମାଟି ହରାଇ ନାହିଁ ନଥିବା ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବାରେ ଲାଗିଛନ୍ତି ।ସେଥି ମଧ୍ୟରୁ ତାଳଚେର ସହର ମଧ୍ଯ ବାଦ ପଡ଼ିନାହିଁ ଏହି ସର୍ଵ ପୁରାତନ ତଥା ଐତିହାସିକ ସହର ର ବାସୀ ମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୋଇଲାଖଣି ଦ୍ୱାରା କ୍ଷତିଗ୍ରସ୍ତ । ଏଠିକାର ବେକାର ଯୁବକ ମାନେ ଚାକିରୀ ନପାଇ ଲୋନ କରି ଟ୍ରକ ଖଣ୍ଡିଏ ଖଣ୍ଡିଏ କରି କୋଇଲା ଖଣି ଗୁଡିକରେ କୋଇଲା ପରିବହନ କରି ପରିବାର ପ୍ରତିପୋଷଣ କରିଥାନ୍ତି l କୋଇଲା ଖଣି ଗୁଡିକରେ ହଜାର ହଜାର ଟ୍ରକ କୋଇଲାଖଣି ଗୁଡିକରେ କୋଇଲା ପରିବହନ ବ୍ୟତିକ୍ରମ କରୁଥିବାରୁ ଖଣି ଗୁଡିକରେ ବିଶୃଙ୍ଖଳା ହେଲା ଏହାକୁ ପ୍ରଶାସନ ନଜର ରଖି ୩୦/୧୨/୨୦୧୯ ତାରିଖରେ ଅନୁଗୁଳ ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ପ୍ରଦକ୍ଷଣ ଗୃହ ଅନୁଗୁଳ ଠାରେ ଆରକ୍ଷୀ ଅଧିକ୍ଷକ ,ଅନୁଗୁଳ ଉପଜିଲ୍ଲାପାଳ , ତାଳଚେର sdpo, ତାଳଚେର ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ mcl, ତାଳଚେର rto, ତାଳଚେର ddm ତାଳଚେର ଟ୍ରକ ମାଲିକ ସଂଘ ର କର୍ମକର୍ତା କୁ ନେଇ କୋଇଲାଖଣି ଗୁଡିକରେ କିପରି ଶାନ୍ତି ଶୃଙ୍ଖଳା ସହିତ ସୁଚାରୁ ରୂପେ କୋଇଲା ପରିବହନ ହୋଇପାରିବ ତାଉପରେ ତର୍ଜମା ହୋଇଥିଲା ଏବଂ ସବୁ ଠିକଠାକ ଚାଲୁଥିବା ବେଳେ କିଛି ସ୍ବାର୍ଥବାଦୀ ଲୋକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ।ତାପରେ ବିଭିନ୍ନ ରୋଡ଼ ସେଲ ରେ ଟ୍ରକ ମାଲିକ ସଂଘ ପକ୍ଷରୁ ସଂଘ ର କର୍ମ କର୍ତା ମାନେ ଶୃଙ୍ଖଳା ରକ୍ଷା କରି

Comments
Loading...