ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ସିଂଲା ଥାନାରେ ଲିଖିତ ଅଭିଯୋଗ!

ବାଲିଆପାଳ , ୧୨/୪ (କୋଶଲ ନ୍ୟୁଜ) : ବାଲେଶ୍ଵର ଜିଲ୍ଲା ସିଂ ଲା ଥାନା ଅନ୍ତର୍ଗତ ବିଶିକା ଦେଇ ପୁର ଗ୍ରାମରେ ଅଭାବନୀୟ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି! ମରଣାନ୍ତକ ଆକ୍ରମଣ କୁ ନେଇ ଥାନାରେ ଲିଖିତ ଅଭିଯୋଗ। ତେବେ ସୂଚନାରୁ ପ୍ରକାଶ
ଯ ଗେ ଶ୍ଵର ବେହେରା. ପିତା : ହରେକୃଷ୍ଣ ବେହେରା, ସା : ବିଶିକା ଦେଇ ପୁର, ପୋ : ସାଉଡି, ଥା : ସିଂ ଲା, ଜିଲ୍ଲା : ବାଲେଶ୍ଵର ! ଗତ ୮/୪/୨୪ ରିଖ ଦିନ ଯଗେ ଶ୍ଵର ବେହେରା ଙ୍କ ଭାଇ ଜଗନ୍ନାଥ କରିଥିବା ଗୁହାଳ ଘରୁ କୁ ଲକ୍ଷ କରି କମଳ ଲୋଚନ ବେହେରା, ହରିଶଙ୍କର ବେହେରା, ତପନ ବେହେରା, ମିଥୁନ ବେହେରା, ମହେଶ୍ୱର ବେହେରା, ହେମା ଙ୍ଗିନୀ ବେହେରା, ନମିତା ବେହେରା, ମମତା ବେହେରା, ଚୂନକୀ ହେହେରା, ରଞ୍ଜିତା ବେହେରା ମାନେ ସଙ୍ଗ ବଦ୍ଧ ହୋଇ ହାତରେ ଠେଙ୍ଗା, କଟୁ ରୀ, ଖଣତି ଓ ଦାଉ ଲୀ ଆଦି ଧରି ହଠାତ ସନ୍ଧ୍ୟା ପ୍ରାୟ ୫:୩୦ ମି ରୁ ୬ ଟା ଭିତରେ ଗୁହାଳକୁ ପଶି ଆସି ଗୁହାଳ ଘରକୁ ଭାଙ୍ଗିଦେଲେ! ଏଥିରେ ଭାଉଜ ପ୍ରତିବାଦ କରିବାରୁ ଆସାମୀ ମାନେ ଏମାନଙ୍କୁ ଜୀବନରୁ ମାରି ଦେବା କହି ଠେଙ୍ଗା ରେ ପିଟିକି ମୁଣ୍ଡ ରକ୍ତାକ୍ତ କରି ଦେବାରୁ ତାଙ୍କୁ ପିଣ୍ଡାକୁ ଉଠାଇ ଆଣି ମୁଣ୍ଡରେ ହାଣି ଦେବାରୁ ଯଗେଶ୍ଵର ତଳେ ପଡ଼ିଯାଇଥିଲା ! ଦୁଇ ଭାଇ ଙ୍କ ପରିବାରକୁ ରଖିବା ନାହିଁ କହି ପରିବାର ର ସମସ୍ତଙ୍କୁ ଯଥା ପ୍ରତିମା ବେହେରା, ଜଗନ୍ନାଥ ବେହେରା ଉତ୍କଳ ବେହେରା ଓ ରଣଜିତ ବେହେରା ଙ୍କୁ ଠେଙ୍ଗା, ଖଣତି ଆଦିରେ ପିଟି ଯକ୍ଷ୍ମ କରିଦେଇଛନ୍ତି! ରଞ୍ଜିତା ଓ ଯଗେଶ୍ୱର ଅବସ୍ଥା ଅତି ଗୁରୁତ୍ତର ହେବାରୁ ୧୦୮ ଗାଡ଼ି ଡାକି ବାଲେଶ୍ଵର ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ଆସି ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ, ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।ଏବଂ ଘଟଣା ସ୍ଥଳରେ ଘଣ୍ଟିଆ, ଆକାଶ ଓ ମିଥୁନ ର ସ୍ତ୍ରୀ ମଧ୍ୟ ଠେଙ୍ଗା ଦଉଲି ଆଦି ଆଣି ସେମାନଙ୍କୁ ଦେଇ ଜୀବନରୁ ମାରି ଦିଅ ବୋଲି କହୁଥିଲେ ! ତେବେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି!ତେବେ ଦେଖିବାକୁ ବାକି ରହିଲା ସିଂଲା ଥାନା ଅଧିକାରୀ କ’ଣ ନେଉଛନ୍ତି ପଦକ୍ଷେପ।

Comments
Loading...