ଆଖିବୁଜିଲେ ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ;ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ

କୋଶଲ ନ୍ୟୁଜ୍ ବ୍ୟୁରୋ |ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ ହୋଇଯାଇଛି । ରାଜ୍ୟର ପ୍ରଥମ ମହିଳାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ସୁଶୀଳାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।ଚଳିତ ନଭେମ୍ବର ୨ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ତାଙ୍କ ପତ୍ନୀ ଓ ୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ସୁଶୀଳା ଦେବୀଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୋକବ୍ୟକ୍ତ କରିଛନ୍ତି ।ପ୍ରଭୁ ଜଗନ୍ନାଥ ତାଙ୍କର ଅମର ଆତ୍ମାର ସଦଗତି କରିବା ସହ ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି ରଣେନ୍ଦ୍ର କାମନା କରିଛନ୍ତି ।
କଳାହାଣ୍ଡି ରୁ ନିରଞ୍ଜନ ସାହୁ ଙ୍କ ରିପୋର୍ଟ, କୋଶଲ ନ୍ୟୁଜ୍।
Comments
Loading...