ଧର୍ମେନ୍ଦ୍ରଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ, ବୈଷ୍ଣବଙ୍କୁ ରେଳ ଓ ଆଇଟି, ବିଶ୍ଵେଶ୍ଵରଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି

ସୋମବାର ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ବିଭାଗ ବଣ୍ଟନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ମିଳିଥିବା ବେଳେ ଅମିତ ଶାହାଙ୍କୁ ଗୃହ ମନ୍ତ୍ରାଳୟ ସହ ସମନ୍ୱୟ ମନ୍ତ୍ରାଳୟ ମିଳିଛି। ସେହିପରି ମନସୁଖ ମାଣ୍ଡବୀୟଙ୍କୁ ସ୍ୱାସ୍ଥ୍ୟ ଏବଂ ସାରା ଓ ରସାୟନ ମନ୍ତ୍ରାଳୟ ମିଳିଛି ଓ ସ୍ମୃତି ଇରାନୀ ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି।ଅଶ୍ୱନୀ ବୈଷ୍ଣବଙ୍କୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ଵ ଦିଆଯାଇଛି। ସେ ରେଳ ଏବଂ ଆଇଟି ମନ୍ତ୍ରାଳୟର ମନ୍ତ୍ରୀ ହୋଇଛନ୍ତି। ପିୟୁଷ ଗୋଏଲଙ୍କୁ ବୟନଶିଳ୍ପ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ, ପୁରୁଷୋତ୍ତମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ଏବଂ ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଶ୍ଵେଶ୍ଵର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରଣାଳୟର ଦାୟିତ୍ଵ ଦିଆଯାଇଛି।

Comments
Loading...