ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବଡ ଘୋଷଣା କରିଛନ୍ତି | ସମସ୍ତ ଦେଶବାସୀଙ୍କ ମାଗଣାରେ କରୋନା ଟିକା ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି | ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାରଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି |

ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା କେନ୍ଦ୍ର ଯୋଗାଇବ | ଟିକା ପାଇଁ କୌଣସି ରାଜ୍ୟ ସରକାରଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ | ଉତ୍ପାଦିତ ଟୀକାର ୭୫ ପ୍ରତିଶତ ରାଜ୍ୟମାନଙ୍କୁ କେନ୍ଦ୍ର ଯୋଗାଇବ |

ଯେଉଁ ଲୋକମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ | ଟଙ୍କା ଦେଇ ଘରୋଇ ହସପିଟାଲରୁ ଲୋକ ଟିକା ନେଇପାରିବେ | ଘରୋଇ ହସ୍ପିଟାଲ ସର୍ବାଧିକ ୧୫୦ ଟଙ୍କା ହିଁ ସର୍ଭିସ ଚାର୍ଜ ନେଇପାରିବେ | ଘରୋଇ ହସ୍ପିଟାଲର ଟିକାକରଣ ଉପରେ ରାଜ୍ୟ ନଜର ରଖିବ |

Comments
Loading...