+୨ ପରୀକ୍ଷା ଵନ୍ଦ ନିଷ୍ପତ୍ତି ଜନିତ ଛାତ୍ର ଆଶାନ୍ତି ପାଇଁ ସରକାର ଦାୟୀ ରହିଵେ: ଏଆଇଏସ୍ଏଫ୍

ଭୁବନେଶ୍ୱର: କୋଶଲ ନ୍ୟୁଜ୍ : ଓଡିଶାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ସମୟରେ,ସରକାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ର +୨ ଵୋର୍ଡ ପରୀକ୍ଷା ଵାତିଲ ପାଇଁ ଏକ ତରଫା ନିଷ୍ପତ୍ତି କରିଛନ୍ତି। ଏବଂ ମୂଲ୍ୟାୟନ ପାଇଁ ୧୪ଜଣିଆ କମିଟି କରିଛନ୍ତି। ପରୀକ୍ଷାର ମୁଖ୍ଯ ହିତାଧିକାରୀ ଛାତ୍ର-ଛାତ୍ରୀ, ଛାତ୍ରାଭିଭାଵକ, ଶିକ୍ଷକ, ଶିକ୍ଷାଵିତ୍ କାହାରି ପରାମର୍ଶ ନନେଇ କେନ୍ଦ୍ର ସରକାର ସିଵିଏସ୍ଇ ଓ ଆଇସିଏସ୍ଇ ପରୀକ୍ଷା ଵାତିଲ ପରୀକ୍ଷା ନିଷ୍ପତ୍ତିକୁ ଅନୁକରଣ କରି ରାଜ୍ୟରେ ସିଏଚ୍ଏସ୍ଇ ପରୀକ୍ଷା ଵାତିଲ କରାଗଲା,ଯଦିଓ ସିବିଏସ୍ଇ ସହ ସିଏଚ୍ଇସିର କୌଣସି ସଂପର୍କ ନାହିଁ। ଏକ୍ସପର୍ଟ କମିଟି ଦ୍ୱାରା ଯେଉଁ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ ହେବ ସେହି ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ମୂଲ୍ଯାୟନ ସରିଵା ପରେ ଯିଏ ଅସନ୍ତୁଷ୍ଟ ହେଵେ ସେମାନଙ୍କ ପାଇଁ ଵିକଳ୍ପ ପରୀକ୍ଷା କରାଯିଵ ଵୋଲି କୁହାଯାଇଛି। ମୂଲ୍ଯାୟନରେ ମେଧାଵୀ ଛାତ୍ର ଛାତ୍ରୀ ହିଁ ଅସନ୍ତୁଷ୍ଟ ହୁଅନ୍ତି। ତେଣୁ ଵିକଳ୍ପ ପରୀକ୍ଷା ପରେ ସେ ମେଧାଵୀ ଛାତ୍ର ଛାତ୍ରୀଙ୍କ ପାଇଁ ସର୍ଵଭାରତୀୟ ପ୍ରଵେଶିକା ପରୀକ୍ଷା ଓ ପ୍ରଵେଶିକା ସଵୁ ଘୁଞ୍ଚିଵ କି ? ଯଦି ନ ଘୁଞ୍ଚିଵ, ତାହେଲେ ଏ ପରୀକ୍ଷା ଵାତିଲ ରାଜ୍ଯର ମେଧାଵୀ ଛାତ୍ର ଛାତ୍ରୀଙ୍କ ଭଵିଷ୍ଯତ ଅନ୍ଧାର କରିଵା ପାଇଁ ସରକାର ଏତେ ଵ୍ଯାକୁଳ କାହିଁକି ?
ସରକାର ଉପର ଲିଖିତ ହିତାଧିକାରୀଙ୍କ ପକ୍ଷ ରଖିଵା ପାଇଁ ସମସ୍ତ ଛାତ୍ର ସଂଗଠନ,ସମ୍ମିଳିତ ଅଭିଭାଵକ ସଂଗଠନ, ଶିକ୍ଷକ ସଂଗଠନ ଓ ଶିକ୍ଷାଵିତ୍ ମାନଙ୍କ ସର୍ଵ ସମ୍ମତ ମତ ନେଇ ପରୀକ୍ଷା ସମ୍ପର୍କୀୟ ଚୁଡାନ୍ତ ନିଷ୍ପତ୍ତି କରନ୍ତୁ, ନଚେତ୍ ରାଜ୍ଯଵ୍ଯାପୀ ଛାତ୍ର ଛାତ୍ରୀ ଆନ୍ଦୋଳନ କରିଵାକୁ ଵାଧ୍ଯ ହେଵେ ଵୋଲି ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଂଘମିତ୍ରା ଜେନା ରାଜ୍ଯ ସରକାରଙ୍କୁ ଦେଇଛନ୍ତି

Comments
Loading...