ସେହି ସିନା ଆମ ଗାଁ ଟି

 ସେହି ସିନା ଆମ ଗାଁ ଟି….

ସକାଳ ସୂରୁଜ କିରଣ ଯାହାର
ଛୁଇଁ ଯାଏ ତାର କୋଳଟି
କେତେଯେ ମଧୁର କେତେମନୋହର
କେତେ ସୁନ୍ଦର ତା ନାଆଁ ଟି
ସେହି ସିନା ଆମ ଗାଁ ଟି ll

ପ୍ରାଚୀ ଭାଗେ ତାର ଶୋଭା ଅସୁମାରୀ
ଆମ୍ବ ବଉଳର ତୋଟାଯେ ତାହାରି
ନଭଶ୍ଚୁମ୍ଭୀ ତାର ସବୁଜ ପର୍ବତ
ମନଲୋଭା ତାର ଶୋଭାଟି
ସେହି ସିନା ଆମ ଗାଁ ଟି ll

ବାରୁଣୀର ଆଭା କେତେ ଯେ ସୁନ୍ଦର
ସୁବର୍ଣ୍ଣର ଧାନ କ୍ଷେତ ମନୋହର
ପରିପୂର୍ଣ୍ଣ ଯହିଁ ଶିରୀ ଭରପୁର
ଗ୍ରାମଦେବୀଙ୍କ ଆସ୍ଥାନଟି
ସେହି ସିନା ଆମ ଗାଁ ଟି ll

ଉତ୍ତର ଦକ୍ଷିଣ ଶୋଭାର କଳନା
ନାହିଁ ପଟାନ୍ତର କି ଦେବି ଉପମା
ସଞ୍ଜ ସକାଳରେ ଶୁଭ ଘଣ୍ଟା ଧ୍ୱନୀ
ଶିବ ମନ୍ଦିରରେ ଶୁଭେଟି
ସେହି ସିନା ଆମ ଗାଁ ଟି ll

ତାର ନଦୀ ଝର ତା ଗିରି ପ୍ରାନ୍ତର
ସ୍ଥିର ସୌଦାମିନୀ ସୁଷମା ତାହାର
ଯାନିଯାତ୍ରା ପୁଣି ପୁନିଅ ପରବ
ପାଳି ଥାଉ ଆମେ ଏକାଠି
ସେହି ସିନା ଆମ ଗାଁ ଟି ll

ଆତ୍ମୀୟତା ଭରା ସଭିଙ୍କ ଅନ୍ତର
ପ୍ରତେ ହେଉଥାଏ ସଭିଏଁ ସୋଦର
ସୁଖଦୁଃଖ ଭଲମନ୍ଦ ହାନିଲାଭେ
ପିଲା ଠାରୁ ବୁଢ଼ା ଏକଟି
ସେହି ସିନା ଆମ ଗାଁ ଟି ll

Comments
Loading...