ପଢ଼ନ୍ତୁ ପ୍ରଦୀପ କୁମାର ସିଂ କବିତା “ମୂଲ୍ୟ“

 ମୂଲ୍ୟ

ଅନ୍ୟାନ୍ୟ ଖବର ପଢନ୍ତୁ

ଜୀବନ ଶତରେ ଏକ ଭସା ମେଘ
କେବେ ଖରା କେବେ ଛାଇ,
କେବେ ଦିଏ ଅସହ୍ୟ ଯନ୍ତ୍ରଣା ଆଣି
ତିଳେ ଖୁସି ଦିଏ ନାହିଁ।।
ଖୁସି କେବଳ କିଛି ମୂହୁର୍ତ୍ତ ପାଇଁ
ଦୁଃଖର ନାହିଁ ସମୟ,
ସମସ୍ୟା ଜାଳରେ ହୋଇଛି ମୁଁ ଛନ୍ଦି
କରିପାରିବି କି ଜୟ।।
ଶତରେ ଦୁନିଆ ସାଜିଛି ଅଜବ
ଏଠାରେ ନାହିଁ କାହା ମୂଲ୍ୟ,
ଏଠାରେ ନର ରାକ୍ଷସ ସାଜିଛି
ଆଜି ଦେବତାର ତୂଲ୍ୟ।।
କିଏ କହିବ କାହାକୁ ସେ କହିବ
କେମିତି ସେ କହିବ,
ବୁଝି ହେଉ ନାହିଁ ଦୁନିଆର କଥା
ସ୍ୱାର୍ଥରେ  ଏଠି ସବୁ ହବ।।
ଭାବନାରେ ମୋ ଆଜି ଲୁହ ଝରୁଛି
ଯନ୍ତ୍ରଣା ଅଛି ଅସହ୍ୟ,
ନିର୍ଲଜ କରିଦେଇଛି ମୋତେ ଆଜି
ଏହି ନିର୍ଭୀକ ସମୟ।।

Comments
Loading...