ଦଣ୍ଡ ପାଟର ରାପ୍ ସିଙ୍ଗର ଟିକୁ

କଳାହାଣ୍ଡି (କୋଶଲ ନ୍ୟୁଜ୍) ଦଣ୍ଡପାଟର ରାପ୍ ସିଙ୍ଗର ଟିକୁ ଆଜି ଚର୍ଚ୍ଚାରେ।ନିଜର ରାପ୍ ଗୀତ ପାଇଁ ସେ ସମସ୍ତଙ୍କ ଠାରୁ ଅନେକ ଅନେକ ପ୍ରଶଂସା ସାଉଁଟି ବାରେ ଲାଗିଛନ୍ତି। ପୁରା ନାମ ସିଦ୍ଧାର୍ଥ ନାଏକ ।ବୟସ ୨୨ହେବ।ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ତାଙ୍କର ଜନ୍ମ ସ୍ଥାନ। କଲେଜ ରେ ପଢୁଥିବା ସମୟରୁ ରାପ୍ ସିଙ୍ଗର ମାନଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ରାପ୍ ଗୀତ ଗାଇବା ଆରମ୍ଭ କଲେ ଟିକୁ।ଦିନ ରାତି ପରିଶ୍ରମ କରି ରାପ ଗୀତର ଭିଡିଓ କୁ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଚାଳିଲେ।ଆଜିର ଯୁଗରେ ରାପ୍ ଗୀତର ମଧ୍ୟ ଚାହିଦା ଥିବାରୁ ସମସ୍ତେ ଦେଖି ପ୍ରଶଂସା କରିବାକୁ ଲାଗିଲେ।ଅତି କମ୍ ଦିନ ଭିତରେ ସମସ୍ତଙ୍କ ଠାରୁ ପ୍ରେରଣା ପାଇ ଆଗକୁ ଆଗକୁ ବଢ଼ି ସମସ୍ତ ଦର୍ଶକଙ୍କ ପ୍ରିୟ ପାତ୍ର ହୋଇଗଲେ।ଆଜି ପର୍ଯ୍ୟନ୍ତ ୫୦ରୁ ଅଧିକ ରାପ ଗୀତ ଗାଇ ଚର୍ଚ୍ଚାରେ ଟିକୁ।ଯଦି ଏ କଳାର ବିକାଶ ପାଇଁ କିଛି ସାହାଯ୍ୟ ସହଯୋଗ ମିଲନ୍ତା ତାହେଲେ ସେ ଆଗକୁ କିଛି କରି ପାରନ୍ତେ ବୋଲି କହନ୍ତି ଟିକୁ।

Comments (0)
Add Comment