ବିଶ୍ୱନାଥପୁର ଠାରେ କଂଗ୍ରେସର ବିଶାଳ ଜନସମାବେଶ, ଯୋଗଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁବେଶ ବାଘେଲ, ଜନତାଙ୍କ ଭିଡ଼ ଦେଖି ବିରୋଧୀ ଛାନିଆ

ଲାଞ୍ଜିଗଡ,୦୮/୦୫(କୋଶଲ ନ୍ୟୁଜ୍):କଳାହାଣ୍ଡି ସଂସଦୀୟ କ୍ଷେତ୍ର ଲାଞ୍ଜିଗଡ଼ ବିଧାନସଭା ଆସନ ଗୋଟିଏ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଖୋରାଗ ଯୋଗାଇ ଆସିଥାଏ। ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଉତ୍ତପ୍ତ ବଢ଼ିବାରେ ଲାଗିଛି।ଏହି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେ଼ଇ ହେଉ ଥିବା ବେଳେ ତିନି ପ୍ରମୁଖ ଦଳ ନିଜ ନିଜ ପ୍ରଚାର ଜୋରଦାର କରୁଛନ୍ତି। ତେବେ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଟ ନେତା ଡ଼.ବଳଭଦ୍ର ମାଝୀ ଲାଞ୍ଜିଗଡ଼ ଆସନ ପାଇଁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ସାଂସଦ ପ୍ରାର୍ଥୀ ଦ୍ରୋପଦୀ ମାଝୀ ଠିଆ ହୋଇଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ବିଜୟ ନାଏକଙ୍କ ସଭାପତିତ୍ବରେ ଏକ ବିଶାଳ ଜନସମାବେଶ ବିଶ୍ୱନାଥପୁର ଧନୁଯାତ୍ରା ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉପସ୍ଥିତ ରହି ସାଂସଦ ପ୍ରାଥିନୀ ଦ୍ରୋପଦୀ ମାଝୀ ଓ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ପାଇଁ ଭୋଟଭିକ୍ଷା କରିଥିଲେ। ଏଥିରେ ବିଶେଷ ଅତିଥି ଭାବେ ପ୍ରଚାର ଅଧକ୍ଷ ଓଡ଼ିଶା ଭକ୍ତ ଚରଣ ଦାସ, ବିଧାୟକ ପ୍ରାର୍ଥୀ ଡ. ବଳଭଦ୍ର ମାଝୀ,ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ ପ୍ରମୁଖ ରହି ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷି ଥିବାବେଳେ ଜିଲ୍ଲା ସମ୍ପାଦକ ମନୋଜ କୁମାର ରାଉତ,ଟଙ୍କଧର ମାଝୀ,ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ। ଏହି ଜନସମାବେଶରେ ବିଜେଡ଼ି ଓ ବିଜେପିରୁ ଦଳ ଛାଡ଼ି ୩୦୦ ରୁ ଉର୍ଦ୍ଧ କର୍ମୀ ଓ ଜନତା କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ। ଏପଟେ ଭୋଟ ଗ୍ରହଣ ତାରିଖ ଆଉ ଅଳ୍ପ ଦିନ ଥିବା ବେଳେ ଏଭଳି ପ୍ରଚାର ଯୁବ ଭୋଟର ମାନଙ୍କୁ ଆକୃଷ୍ଟ କରିବା ସହ ଆନନ୍ଦ ଭରିଦେଇଛି ବଳଭଦ୍ର ଓ ଦ୍ରୌପଦୀ ମାଝୀଙ୍କ ଏଭଳି ଜନ ସମର୍ଥନ ଦ୍ରୁତଗତିରେ ବଢୁଥିବା ଦେଖି ବିରୋଧୀଙ୍କ ହୃଦ୍ ସ୍ପନ୍ଦନ ବଢ଼ି ଉତପ୍ତ ହେଉଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି। ଏଥିରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରୁ ୬୦୦୦ ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ଥିବା ବେଳେ ଏଥିରେ କଂଗ୍ରେସ ଯୁବ ନେତା ସନ୍ତୋଷ କୁମାର ତୁଳ, ଗୋପାଳ ଦାସ ମହାନନ୍ଦ, ଫକୀର ମାଝୀ, ରଜତ ରାଉତ, ପ୍ରମୁଖ ପରିଚାଳନା କରିଥିଲେ।

ରିପୋର୍ଟ- ମଳୟ ବେନୁଆଁ(ରାହୁଲ୍)

Comments (0)
Add Comment