ମୁଷାନାଳରୁ ପ୍ରଚାର ଆରମ୍ଭ କଲେ: ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଓ ବିଧାୟକ ପ୍ରାର୍ଥୀ ରମେଶ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍):ଲାଞ୍ଜିଗଡ଼ରେ ତାତି ଯେତିକି ବଢୁଛି ରାଜନୈତିକ ଉଷ୍ମତା ମଧ୍ୟ ସେତିକି ଦେଖିବାକୁ ମିଳୁଛି। ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛି ବିଜେପି। ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଗାଁ ଗାଁରେ କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓ ଏବଂ ଲାଞ୍ଜିଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ରମେଶ ମାଝୀ ପ୍ରଚାର ଜୋରଦାର କରିଛନ୍ତି।
ଲାଞ୍ଜିଗଡ଼ ବ୍ଲକ ୯ଟି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି। ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଗାଁ ମାନଙ୍କୁ ଯାଇ ଉପସ୍ଥିତ ସମସ୍ତ ଛାତ୍ର ଓ ଯୁବ ଭୋଟରଙ୍କୁ ସ୍ଵାଗତ କରିବା ସହ ଆଗାମୀ ନିର୍ବାଚନରେ ବିଧାନସଭା ଓ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ବହୁ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ସମସ୍ତେ ଶପଥ ନେଇଥିଲେ। ଏହି ପରିପ୍ରେକ୍ଷୀରେ ଶତାଧିକ ନୂତନ ଭୋଟର ସହ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ତାଙ୍କୁ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ। ଏଥିରେ ପୂର୍ବତନ ସାଂସଦ ପ୍ରାର୍ଥୀ ଅର୍କକେଶରୀ ଦେଓ,ବିଶ୍ୱନାଥପୁର ମଣ୍ଡଳ ସଭାପତି ଶୁକ୍ରୁ ମାଝୀ, ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନିରଞ୍ଜନ ବିଭାର, ଜିଲ୍ଲା ପ୍ରତିନିଧି ତୁଳସୀ ମାଝୀ,ବିଜେପି ନେତା ସୁରେନ୍ଦ୍ର ବେନାଳ,ନରେନ୍ଦ୍ର ବେହେରା, ସଞ୍ଜୟ ସାହୁ, ଉମାକାନ୍ତ ରାଜୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିବାବେଳେ ଏହି ଅବସରରେ ବିଭିନ୍ନ ଗାଁରୁ ଶତାଧିକ ଜନତା ସାମିଲ ହୋଇଥିଲେ।

ରିପୋର୍ଟ-ମଳୟ ବେନୁଆଁ.

Comments (0)
Add Comment