ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଯିବାରେ ଅକ୍ଷମ , ମନମତି କୁ ଦିବ୍ୟାଙ୍ଗ ସାର୍ଟିଫିକେଟ ମିଳିବ କେବେ?

ପାଟଣାଗଡ ୨୭/୦୪ ( କୋଶଲ ନ୍ୟୁଜ୍ ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗ୍ରାମର ଦୁର୍ବା ଚିରାଙ୍ଗୁଲ ଙ୍କ ପତ୍ନୀ ମନମତି ଚିରାଙ୍ଗୁଲ ବୟସ (୫୮) ବର୍ଷ । ମନମତି ଜନ୍ମ ରୁ ଦିବ୍ୟାଙ୍ଗ ଅଟନ୍ତି ଓ ସେକୌଣସି କାମଧନ୍ଦା କରିପାରୁନାହାନ୍ତି । ଏପରିକି ନିଜର ଦୈନନ୍ଦିନ କାମ ପାଇଁ ମଧ୍ୟ ଅନ୍ୟ ଉପରେ ନିର୍ଭର କରୁଛନ୍ତି । ଗରିବ ଶ୍ରେଣୀ ର ହୋଇଥିବା ରୁ ନିଜର ଉଚ୍ଚତର ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନା ରେ ଦେଖାଇବାକୁ ଅସମର୍ଥ I ଘର ଚାଳ ଛପର ଦିଆ ଭଙ୍ଗା ଦାଦରା ଅବସ୍ଥା ରେ ପଡ଼ିରହିଛି । ମନମତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ଯିବା ରେ ଅକ୍ଷମ ଅଟନ୍ତି ତେଣୁକରି ତାଙ୍କ କଥା କେହି ଶୁଣୁନାହାନ୍ତି । ଖପ୍ରାଖୋଲ ବ୍ଲକ ଠାରୁ ମହୁରୁଣ୍ଡି ଗାଁର ଦୂରତା କହିଲେ ମାତ୍ର ୨ କିଲୋମିଟର ଦିବ୍ୟାଙ୍ଗ ମହିଳା ବହୁତ ଦୁଖ କଷ୍ଟରେ ଯିବା ଆସିବା କରିଥାନ୍ତି । ମନମତି ଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ ମଞ୍ଜୁର ହେଲେ ସୁରୁଖୁରୁ ମାସ ସାରା ଚଳିପାରିବ ବୋଲି ଆଶା ଓ ଅନୁରୋଧ କରୁଛନ୍ତି । ଦିବ୍ୟାଙ୍ଗ ମହିଳାଙ୍କୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ସରକାର ଙ୍କ ଯୋଜନାରେ ସାମିଲ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Comments (0)
Add Comment