ଅଙ୍ଗନବାଡ଼ି ଗୃହ ଅଧାପନ୍ତରିଆ ନିର୍ମାଣ କରି କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ପାଟଣାଗଡ ( କୋଶଲ ନ୍ୟୁଜ୍ ) : ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତ କଷାଖୁଣ୍ଟା ଗାଁର ଅଙ୍ଗନବାଡ଼ି ଗୃହ ଦୀର୍ଘ ୬ ବର୍ଷ ରୁ ଉର୍ଦ୍ଧ ହେବ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ଶିଶୁ ବିକାଶ ଏବଂ ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ଶିଶୁ ଓ ମହିଳାଙ୍କ ପାଇଁ ଏପରି ଅଧାପନ୍ତରିଆ ଅଙ୍ଗନୱାଡ଼ି କେନ୍ଦ୍ର କାହିଁକି ? ବିଭାଗୀୟ ଅଧିକାରୀଙ୍କ ନଜରରେ ଏହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ବିଷୟରେ ଧାରଣା ଅଛି ନାଁ ନାହିଁ ? ଶିକ୍ଷା କ୍ଷେତ୍ରର ଏପରି ଅବସ୍ଥାକୁ ବେଲପଡା ବିଡ଼ିଓ ଛାନବିନ କରୁନାହାନ୍ତି କାହିଁକି ? ଏହି ସବୁ ପ୍ରଶ୍ନ ର ଉତ୍ତର ହୁଏତ ଗ୍ରାମବାସୀ ପାଇବା ଟା ଅସମ୍ଭବ । କାରଣ ଏହି ଅଙ୍ଗନୱାଡ଼ି କେନ୍ଦ୍ର ଟି ୨୦୧୮ ମସିହାରେ ଅଟକଳ ୭ ଲକ୍ଷ ଟଙ୍କା ପରିମାଣ ରେ ନିର୍ମାଣ ହେଉଥିବା ବେଳେ କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଶେଷ ହୋଇନାହିଁ । ନିର୍ମାଣାଧୀନ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ସାଇନ୍ ବୋର୍ଡ ମଧ୍ୟ ଅଛି । ଏଥିସହ ସ୍ପଷ୍ଟ ଭାଗରେ ଲେଖାଯାଇଅଛି ଯେ ଏହି କାମଟି ୭ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି । ଏ ନେଇ ଗ୍ରାମବାସୀ ତଥା ଅଞ୍ଚଳବାସୀ ଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିବା ଲୋକେ ପ୍ରକାଶ କରିଛନ୍ତି । ସୂଚନାମୁତାବକ, ନୂତନ ଅଙ୍ଗନବାଡି ଗୃହ ନିର୍ମାଣ କରିବା ପାଇଁ ବେଲପଡା ବ୍ଲକରେ ଅଭିଯୋଗ ମଧ୍ୟ କରିଥିଲେ ଓ ବିଡିଓ ଙ୍କୁ ଗ୍ରାମବାସୀ ପକ୍ଷରୁ ଅନେକ ଥର ଅଭିଯୋଗ ଏବଂ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ, ବ୍ଲକ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ପଡ଼ିନାହିଁ । ଏଥିପ୍ରତି ଉଚ୍ଚ ସ୍ତରୀୟ ପ୍ରଶାସନ ଦୃଷ୍ଟି ଦେବା ସହିତ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ କରିବା ପାଇଁ ଅଭିଭାବକ ତଥା ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment