ରାସ୍ତାରୁ ନବଜାତକର ମୁଣ୍ଡ ଜବତ

ନୂଆପଡ଼ା (କୋଶଲ ନ୍ୟୁଜ୍) ଆଜି ସକାଳୁ ସ୍ଥାନୀୟ ମନ୍ଦିରପଡାର ପତୋରା ରାସ୍ତା ନିକଟରେ ଏକ ନବ ଜାତକର କଟା ମୁଣ୍ଡ ଦେଖିବାକୁ ମିଳିଥିଲା । ଏହି ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି କଟା ମୁଣ୍ଡକୁ ଜବତ କରିଛି । ତେବେ କିଭଳି ପରିସ୍ଥିତିରେ ଏହି କଟା ମୁଣ୍ଡ ସହର ଭିତର ଜନ ଗହଳି ସ୍ଥାନକୁ ଆସିଲା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଛୁଆ ଜନ୍ମ ହେଲା ପରେ କିଏ ଫିଙ୍ଗି ଦେଇଥିବ ଓ ତାର ଦେହକୁ କୁକୁର ଖାଇ ଯାଇ ମୁଣ୍ଡକୁ ଟାଣି ଆଣିଥିବା ଲୋକେ ଅନୁମାନ କରୁଛନ୍ତି । ଅନ୍ୟ ପକ୍ଷେ କୌଣସି ବ୍ୟକ୍ତି ଗୁଣି ଗାରେଡିକୁ ନେଇ ନବ ଜାତକ ଶିଶୁକୁ ବଳି ଦେଇ ଫିଙ୍ଗି ଦେଇଥିବ ଓ ତାକୁ କୁକୁର ଟାଣି ଆଣିଥିବା ମଧ୍ୟ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି
ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସି ପାରିବ । ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Comments
Loading...