ଆଳୁଖୋଳଙ୍ଗ ଗାଁରେ, ଲୋକଙ୍କୁ ରିଲିଫ ପ୍ରଦାନ

ଜଗତସିଂହପୁର,(କୋଶଲ ନ୍ୟୁଜ୍) ଜଗତସି°ହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପଣ୍ଡୁଆ ପଞ୍ଚାୟତ ଆଳୁଖୋଳଙ୍ଗ ଗାଁରେ ଵହୁ ଲୋକ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଶାସନ ତରଫରୁ ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି। ଏହି ଗାଁର ଲୋକମାନେ ବାହାରକୁ ଯିବା ଆସିବା କରିବା ବାରଣ ଥିବା ବେଳେ ବାରଣରୁ ଲୋକମାନେ ଅତ୍ୟାବଶ୍ୟକିୟ ସାମଗ୍ରୀ ପାଇବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ଅସୁବିଧାକୁ ଜାଣି ଚାଇଲ୍ଡ ହେଲ୍ପ ଫାଉଣ୍ଡେସନ ତରଫରୁ ଗାଁରେ ସବୁ ପରିବାରକକୁ ରିଲିଫ ପ୍ରଦାନ କରାଯାଇଛି। ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ଇତ୍ୟାଦି ବିତରଣ କରାଯାଇଛି। ଚାଇଲ୍ଡ ହେଲ୍ପ ଫାଉଣ୍ଡେସନର ସଦସ୍ୟ ମଙ୍ଗରାଜ ମହାନ୍ତି ଓ ପଣ୍ଡୁଆ ପଞ୍ଚାୟତର ଜୟନ୍ତ କୁମାର ପରିଡା, ମନୋରଞ୍ଜନ ପରିଡା, ବିଧୁ ଭୂଷଣ ବରାଳ, ରାକେଶ କୁମାର ବିଶ୍ବାଳ, ସାରଦା ପ୍ରସାଦ ମହାପାତ୍ର, ଅଜୟ କୁମାର ଜେନା, ସରୋଜ କୁମାର ଯୋଗଣିଆ, ସୁଶୀଲ କୁମାର ବାରିକ ପ୍ରମୁଖ ସମାଜସେବୀ ଉପସ୍ଥିତ ରହି ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଆଗାଗୀ ଦିନରେ ଗାଁରେ ସାନିଟେସନ ସହ ଲୋକଙ୍କ ଆବଶ୍ୟକତା ପୁରଣ ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଥିଲା

Comments
Loading...