ତାଳଚେର (କୋଶଲ ନ୍ୟୁଜ୍):- ବିବାହ ଭୋଜି ରେ ବିଜୁ ଜନତା ଦଳର ଯୁବ ନେତା ରାଜେଶ ଦାସ ନାମକ ଯୁବକ ପିସ୍ତଲ ରୁ ଗୁଳି ଫୁଟାଇବା ଘଟଣା କୁ ନେଇ ବିକ୍ରମ ପୁର ଥାନା ରେ ଏତଲା ଦିଆ ଯାଇଛି। ତାଳଚେର ବିଜେପି ପକ୍ଷରୁ ବିଜେପି ନେତା କାଳନ୍ଦୀ ସାମଲ, ଜିଲ୍ଲା ମିଡ଼ିଆ ସେଲ ର ଅଧକ୍ଷ ପର୍ଶୁରାମ ବାରିକ, ବିଜେପି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ବିରଞ୍ଚି ସାହୁ, ହିଙ୍ଗୁଳା ବିଜେପି ମଣ୍ଡଳ ର ସଭାପତି ରାଜେନ୍ଦ୍ର କୁମାର ସିଂହ ଏବଂ ବିଜେପି କାର୍ଯ୍ୟକର୍ତ୍ତା ମିଶି ଏକ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ତାଳଚେର କଲ୍ୟାଣ ମଣ୍ଡପ ଠାରେ ଗତ ୧୯ ତାରିଖ ୨୦୨୪ ରେ ବିଜୁ ଜନତା ଦଳର ନେତା ରାକେଶ ଦାସ ଏକ ବିବାହ ଭୋଜି ଭଳି ଏକ ଜନଗହଳି ପୂର୍ଣ୍ଣ ଯାଗାରେ ନିଜେ ପିସ୍ତଲ ରୁ ଗୁଳି ଫୁଟାଇ ଥିବାର ଏକ ଭିଡିଓ ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲୁଛି। ବିବାହ ଭୋଜି ଭଳି ଜନ ଗହଳି ଭିତରେ ପିସ୍ତଲ ରୁ ଗୁଳି ଫୁଟାଇବା ଘଟଣା ସାଧାରଣରେ ଭୟ ସୃଷ୍ଟି କରୁଛି। ଏହି ଭଳି ଦୁଃଶାସିକତା କାର୍ଯ୍ୟ ପାଇଁ ଆଇନ ଅନୁସାରେ ଦଣ୍ଡିତ କରିବା ପାଇଁ ବିକ୍ରମ ପୁର iic ଙ୍କ ଦୃଷ୍ଟି ଆକର୍ଷଣ କରିଛି ତାଳଚେର ର ଭାରତୀୟ ଜନତା ପାର୍ଟୀ ଦଳ ।