ବୁର୍ଲା ସ୍ଥିତ ମୁଖ୍ୟ ନିର୍ବାହୀ ଅଧିକାରୀ, TPWODL, ଘେରାଉ କଲା ବିଜେପି

ସମ୍ବଲପୁର (କୋଶଲ ନ୍ୟୁଜ୍) ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ଅପାର କରୁଣା ରୁ ଆମ ପଶ୍ଚିମାଞ୍ଚଳ ପ୍ରାକୃତିକ ଓ ମାନବ ସମ୍ବଳ ରେ ପରିପୂର୍ଣ୍ଣ ରହିଛି । ମାଟି ତଳେ ରହିଥିବା ଖଣିଜ ସମ୍ପଦ, ମାଟି ଉପରେ ରହିଥିବା ଜଙ୍ଗଲ ସମ୍ପଦ ଓ ଜଳ ସମ୍ପଦ ତଥା ମାନବ ସମ୍ବଳ ର କୌଣସି ଅଭାବ ନାହିଁ ଆମ ପଶ୍ଚିମାଞ୍ଚଳ ରେ । ରାଜ୍ୟ ତଥା ରାଷ୍ଟ୍ର ର ସାମଗ୍ରିକ ବିକାଶ ପାଇଁ ପଶ୍ଚିମାଞ୍ଚଳବାସୀ ଙ୍କ ତ୍ୟାଗ ବଳିଦାନ ଅତୁଳନୀୟ । ସ୍ୱାଧୀନତାର ପରବର୍ତ୍ତୀ ସମୟରେ ହୀରାକୁଦ ନଦୀବନ୍ଧ ଯୋଜନା ଠୁ ଆରମ୍ଭ କରି ପଶ୍ଚିମାଞ୍ଚଳ ରେ ଗଢି ଉଠିଥିବା ଛୋଟ, ମାଧ୍ୟମ ଓ ବୃହତ କଳକାରଖାନା ହେଉ ସମସ୍ତ ପ୍ରକଳ୍ପରେ ପଶ୍ଚିମାଞ୍ଚଳବାସୀ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହେଉଛନ୍ତି । ଆମ ପଶ୍ଚିମାଞ୍ଚଳ ର ଖଣିଜ ସମ୍ପଦ, ଜଳ, ଜମି, ଜଙ୍ଗଲ ବ୍ୟବହାର ହେଉଛି, ଭୂମିହରା, ବାସହରା ହେଉଛନ୍ତି ପଶ୍ଚିମାଞ୍ଚଳବାସୀ, ଖଣି କାରଖାନା ର ଧୂଆଁ, ଧୂଳି, ଗରମ ଓ ପ୍ରଦୂଷଣ ର ଶିକାର ହେଉଛନ୍ତି ପଶ୍ଚିମାଞ୍ଚଳବାସୀ । ତଥାପି ଆମେ ଗରିବ, ନିଷ୍ପେସିତ, ଚିର ଅବହେଳିତ ହେଉଛୁ ଓ ବୈମାତୃକ ମନୋଭାବ ର ଶିକାର ହୋଇ ଆସୁଛୁ ।
ହୀରାକୁଦ ନଦୀବନ୍ଧ ଯୋଜନା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁ ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଯୋଜନାରେ ପ୍ରଭାବିତ ଅଞ୍ଚଳବାସୀ ଙ୍କୁ ମାଗଣା ବିଜୁଳି, ପାନୀୟଜଳ ଓ ଚାଷ ଜମି କୁ ଜଳ ମିଳିବ ବୋଲି । କିନ୍ତୁ, ପରବର୍ତ୍ତୀ ସମୟରେ ତାହା ଦିବା ସ୍ୱପ୍ନ ହୋଇ ରହିଗଲା ।
ରାଜ୍ୟ ର ସର୍ବାଧିକ ଜଳବିଦ୍ୟୁତ ପ୍ରକଳ୍ପ ଓ ତାପଜ ବିଦ୍ୟୁତ ପ୍ରକଳ୍ପ ପଶ୍ଚିମାଞ୍ଚଳ ରେ ରହିଥିବାରୁ ଏହି ଅଞ୍ଚଳବାସୀ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି । ଜମିହରା ବାସହରା ହେଉଛନ୍ତି, ଧୂଆଁ ଧୁଳି ଖାଉଛନ୍ତି, ଅତ୍ୟଧିକ ଗରମ ଓ ପ୍ରଦୂଷଣ ର ଶିକାର ହେଉଛନ୍ତି, ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ, ବିଦ୍ୟୁତ ବିଲ ନାଁ ରେ ଆର୍ଥିକ ଲୁଟ ର ଶିକାର ହେଉଛନ୍ତି, କର୍ମନିଯୁକ୍ତି ରେ କୌଣସି ଅଗ୍ରାଧିକାର ମିଳୁନାହିଁ ଇତ୍ୟାଦି ଇତ୍ୟାଦି ।


ଗତ ବର୍ଷ ରାଜ୍ୟ ସରକାର ବିଦ୍ୟୁତ ବିତରଣ ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ରୂପରେ ଟାଟା ପାୱାର ହାତରେ ଟେକି ଦେଇଛନ୍ତି । ରାଜ୍ୟରେ ଥିବା WESCO, NESCO, CESCO, SESCO କୁ ବର୍ତ୍ତମାନ ଟାଟା ପାୱାର ପରିଚାଳନା କରୁଛି । ପ୍ରାଇଭେଟ କମ୍ପାନୀ ହାତରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ଗଲାପରେ ବର୍ତ୍ତମାନ କମ୍ପାନୀ କତ୍ତୃପକ୍ଷ ଙ୍କ ଦୌରାତ୍ମା ବୃଦ୍ଧି ପାଇଛି । କେବଳ ଓ କେବଳ କମ୍ପାନୀ କୁ ଆର୍ଥିକ ଲାଭ ପହୁଞ୍ଚେଇବା ତାଙ୍କର ଏକମାତ୍ର ଲକ୍ଷ ଓ ଉଦ୍ଦେଶ୍ୟ । ବିଦ୍ୟୁତ ଯୋଗାଣ ରେ କୌଣସି ଆଖି ଦୃଶ୍ୟା ଫରକ ପଡି ନଥିବା ବେଳେ ଆର୍ଥିକ ସଂସ୍କାର ଓ ବିଦ୍ୟୁତ ବିଲ ଆଦାୟ ନାଁ ରେ ତାଙ୍କର ପ୍ରଦୃର୍ଭାଵ ବଢ଼ିବାରେ ଲାଗିଛି । ପାଉଣା ସଂଗ୍ରହ ନାଁ ରେ ଗ୍ରାହକ ମାନଙ୍କୁ ଦୁର୍ବ୍ୟବହାର କଥା ହେଉ କି ବ୍ୟବସ୍ଥା ନାଁ ରେ କର୍ମଚାରୀ ଚଟେଇ ବିଷୟ ହେଉ ଯେତିକି ଆପତ୍ତି ଅଭିଯୋଗ କଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ ଙ୍କୁ କୌଣସି ପ୍ରଭାବ ପଡୁ ନାହିଁ । ଅନ୍ୟ ପଟେ ସବୁ ଜାଣି ଶୁଣି ମଧ୍ୟ ରାଜ୍ୟ ସରକାର ଆଖି ବନ୍ଦ କରି ରଖିଛନ୍ତି ।
ଏଣୁ, ଭାରତୀୟ ଜନତା ପାର୍ଟି, ସମ୍ବଲପୁର ଆପଣଙ୍କ ଗୋଚରାର୍ଥେ ଏସବୁ ପ୍ରସଙ୍ଗ ଆଣି ଏହି ବିଷୟରେ ଆପଙ୍କର ହସ୍ତକ୍ଷେପ ଲୋଡୁଛି । ସମସ୍ତ ଅସୁବିଧା ଉପରେ ବିଚାର କରି ସେଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିବାକୁ ଆଜି ବିଜେପି ଦାବି କରୁଛି ।

Comments
Loading...