ରାସ୍ତାରେ ଜଳିଲା ଟ୍ରକ

ସମ୍ବଲପୁର (କୋଶଲ ନ୍ୟୁଜ) ବୁର୍ଲା ଗୋଶାଳା ଛକ ନିକଟରେ ଆଜି ସକାଳ 7 ଟା ସମୟରେ ଏକ ଟ୍ରକରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା ବୋଲି ଅଗ୍ନିଶମ ବିଭାଗ କହିଛି। ଆଉ ଗାଡିର ଡ୍ରାଇଭର ଓ ହେଲ୍ପର ଫେରାର ଥିବା କହିଛନ୍ତି। ତେବେ ଏହି ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଅଗ୍ନିକାଣ୍ଡ ପ୍ରକୁତରେ ସର୍ଟ ସର୍କିଟ ଯୋଗୁଁ ନା ଗାଡିର ଡ୍ରାଇଭର ନିଜେ ଏହି ନିଆ ଲଗାଇଛନ୍ତି। ଯଦି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାନ୍ତା ତାହେଲେ ଡ୍ରାଇଭର ଓ ହେଲ୍ପର କଣ ପାଇଁ ଫେରାର ହେଲେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସେପଟେ ଗାଡି ଭିତରେ କିଛି ବେଆଇନ ଜିନିଷ ପତ୍ର ରହିଥିବା ସନ୍ଦେହ ହେଉଛି । ଯଦି କୌଣସି ବେଆଇନ ସାମଗ୍ରୀ ଗାଡ଼ିରେ ଥିବ ଆଉ ତାହା ପୋଲିସ ହାତରେ ଲାଗିଯିବ ତାହେଲେ ଗିରଫ ଭୟ ମଧ୍ୟ ରହିଛି ଏଣୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହ ହେଉଛି । ଏନେଇ ବୁର୍ଲା ଅଗ୍ନିଶମ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ପ୍ରକୃତରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ନା ଏହାର ଅନ୍ୟ କୋୖଣସି କାରଣ ରହିଛି ସେନେଇ ବୁର୍ଲା ପୋଲିସ ମଧ୍ୟ ତଦନ୍ତ କରୁଛି।

Comments
Loading...