ସମ୍ବଲପୁର ରେ ମନ୍ତ୍ରୀ ଅରୁଣ ସାହୁଙ୍କ ଗସ୍ତ

ସମ୍ବଲପୁର (କୋଶଲ ନ୍ୟୁଜ) ଓଡ଼ିଶାରେ ମାଛ ଚାଷ କିପରି ବୃଦ୍ଧି ହେବ ତାକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ବଲପୁର ନିକଟସ୍ଥ ଚିପିଲିମା ଅଞ୍ଚଳକୁ ଅଚାନକ ଗସ୍ତ ହୋଇଛି । ମହାନଦୀ ଏବଂ ହୀରାକୁଦ ଡେମରେ କେଜ ପ୍ରଣାଳୀରେ ମାଛ ଚାଷ ବର୍ତ୍ତମାନ ଏକ ଭଲ ଦିଗ ରହିଛି। ବାହାର ଦେଶ ମାନଙ୍କରେ କେଜ ପ୍ରଣାଳୀରେ ମାଛ ଚାଷ କରାଯାଉଛି। ଏଣୁ ରାଜ୍ୟ ସରକାର ଚିପିଲିମା ଅଂଚଳରେ ୩୦ଟି ବନ୍ଧ ନିର୍ମାଣ କରୁଛନ୍ତି। ଏହି ସ୍ଥାନରୁ କିପରି ଶୀଘ୍ର ମାଛ ପ୍ରଜଜନ ହୋଇପାରିବ ତାକୁ ନେଇ ଚେଷ୍ଟା ଚାଲିଛି। ଏପ୍ରିଲ ଓ ମେ ମାସ ସୁଦ୍ଧା ୫୦ କୋଟି ଜାଆଁଳା ଉତ୍ପାଦନ ହୋଇପାରିବ ସେନେଇ ଏକ ପ୍ରୟାସ କରାଯାଉଛି। ଆଉ ଏଠାରୁ ଯଦି ୫୦କୋଟି ଯାଆଁଲା ଉତ୍ପାଦନ ହେଲା ତାହା ଓଡିଶାରେ ସବୁଠାରୁ ଅଧିକ ବଡ଼ ଉପଲବ୍ଧ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ବନ୍ଦ ହୋଇ ପଡ଼ିଥିବା କିଛି ମସ୍ୟ ପୋଖରୀ ମାନଙ୍କର ମଧ୍ୟ ପୁନଃରୁଦ୍ଧାର ହୋଇପାରିବ ସେନେଇ ମଧ୍ୟ ପ୍ରୟାସ କରାଯିବ।।

Comments
Loading...