ସ୍ୱଇଚ୍ଛା ପକ୍ଷରୁ ଅଟୋମେଟିକ ସାନିଟାଇଜର ମେସିନ ସ୍ଥାପନା

ସମ୍ବଲପୁର (କୋଶଲ ନ୍ୟୁଜ୍) ଆଜି ସ୍ୱଇଚ୍ଛା ପକ୍ଷରୁ କୋବିଡ ତୃତୀୟ ଲହରୀ କୁ ଆଖି ଆଗରେ ରଖିଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭାବେ ଉଦଘାଟିତ ହୋଇଥିବା ମେଡ଼ିସିନ ୱାର୍ଡ ଠାରେ ଏକ ଅଟୋମେଟିକ ସାନିଟାଇଜର ଡିସ୍ପେନସର ସ୍ଥାପନା କରା ଯାଇଛି। ଡ଼ା ଅଲେଖ ମହାପାତ୍ର ଙ୍କ କର କୋମଲ ଏହା ଉଦଘାଟିତ ହୋଇଥିଲା, ସଂଗଠନ ପକ୍ଷରୁ ବିଷ୍ଣୁ ପ୍ରିୟା ସାହୁ (ହସ୍ପିଟାଲ ମ୍ୟାନେଜେର ), ପ୍ରବୀଣ କୁମାର ନାୟକ ଆତିଶ ମିଶ୍ର, ମୋହିତ ନାୟକ,ଆର୍ତତ୍ରାଣ ଶତପଥି, ସୁମନ ସୌରଭ ପରିଛା, ହିମାଂଶୁ କିରଣ ବେହେରା, ସୁନୀଲ ସେଠ, ସୌମ୍ୟ ରଞ୍ଜନ ବଡ଼ପଣ୍ଡା ଅନୁଜ ଜେନା, ଅମିତ ହୋତା, ସ୍ୱାଗତ ମିଶ୍ର, ସତ୍ୟ ନାରାୟଣ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments
Loading...