କପିଳାସ ଜୁଆ ଆଡ୍ଡା ଉପରେ ଚଢାଉ, ୧୪ ଟି ଛଟ ବଡ ଯାନବାହାନ, ୧୧ ଟି ମୋବାଇଲ ସମେତ ୫ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ଜବତ

କୋଭିଡ ନିୟମକୁ ବେଖାତିର କରି କପିଳାସ ଅଞ୍ଚଳରେ ଏକ ବଡ ଧରଣର ଖୁଡଖୁଡୀ ପଟ୍ଟି ଜୁଆ ଖେଳ ଚାଲିଥିଲା I ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଥିଲେ ସୁନ୍ଦରଗଡ଼ ଏସ୍ ପି l ତାଙ୍କ ନିର୍ଦେଶରେ ବୀରମିତ୍ରପୁର ପୋଲିଶ କପିଳାସ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ l ପୋଲିଶ ଚଢାଉ ସମୟରେ ଜୁଆଡିମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ତେବେ ପୋଲିଶ ଜୁଆ ଆଡ୍ଡାରୁ ୧୧ ଟି ନାମି ଦାମି କମ୍ପାନୀର ମୋବାଇଲ, ୧୪ ଟି ଦୁଇ ଓ ଚାରି ଚକିଆ ଯାନ ବାହାନ ସମେତ ନଗଦ ରାଶି ଆକାରରେ ୫ ଲକ୍ଷ୍ୟ ୩୧ ହଜାର ୪ ଶହ ୧୦ ଟଙ୍କା ଜବତ କରିଥିଲା ପୋଲିଶ l ଏହା ସହିତ ଖୁଡଖୁଡୀ ପଟ୍ଟି ଖେଳର ସମସ୍ତ ଖେଳ ସମାଗ୍ରୀକୁ ମଧ୍ୟ ଜବତ କରିଥିଲା ପୋଲିଶ l ଏହି ଘଟଣାରେ ସମ୍ପୃକ୍ତ ଥିବା ୨୫ ରୁ ୩୦ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୩ ଜଣଙ୍କୁ ପୋଲିଶ ଚିହ୍ନଟ କରିଛି I ଏହି ଜୁଆ ଆଡ୍ଡା ଉପରେ ଚଢାଉ କୁ ନେଇ ବୀରମିତ୍ରପୁର ପୋଲିଶକୁ ମିଳିଛି ବଡ ସଫଳତା I ଏହି ଘଟଣାକୁ ନେଇ ବୀରମିତ୍ରପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା l

Comments
Loading...