ଲାଞ୍ଜିଗଡ଼ ବିଶ୍ୱନାଥ ପୁର ଠାରେ ବିଜେଡ଼ିର ସଂକଳ୍ପ ସମାବେଶ ଓ ବାଇକ ଶୋଭାଯାତ୍ରା, ସାମିଲ ହେଲେ ହଜାରେରୁ ଉର୍ଦ୍ଧ ଜନତା

ଲାଞ୍ଜିଗଡ,(କୋଶଲ ନ୍ୟୁଜ୍):ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଶ୍ୱନାଥପୁର ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ବିଜେଡ଼ିର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଧର ନିଆଁଲ ଓ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ଲାଞ୍ଜିଗଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା କରି ଦଳୀୟକର୍ମୀ ଏବଂ ସମର୍ଥକଙ୍କ ସହିତ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ବିଶ୍ୱନାଥପୁର ସ୍ଥିତ ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ସମାବେଶ ସ୍ଥଳରେ ପହଞ୍ଚି ଥିଲେ। ଲାଞ୍ଜିଗଡ଼ ବ୍ଲକର ଜୋନ ୧ ବିଶ୍ୱନାଥପୁର ଠାରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶରେ ବିଜେଡ଼ି ରାଜ୍ୟ ସଭା ସାଂସଦ ସୁଜିତ କୁମାର ସେଟ, ଲୋକଶୋଭା ପ୍ରାର୍ଥୀ ଲମ୍ବୋଧର ନିଆଁଲ, ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ପର୍ଯ୍ୟବେକ୍ଷିକା ଜ୍ୟୋସ୍ନାମୟୀ ପରିଡା ପ୍ରମୁଖ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି ତେଣୁ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କ ଲୋକଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଛନ୍ତି ବୋଲି ଅତିଥି ମାନେ କହି ଥିବାବେଳେ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଏଥର ମଧ୍ୟ ଲୋକେ ଆସ୍ଥା ପ୍ରକଟ କରି ବିପୁଳ ସଂଖ୍ୟାରେ ଭୋଟ ଦେଇ ଆମକୁ ବିଜୟ କରାଇବେ ଏବଂ ଆଜି ଯୋଉ ମାନେ ଉପସ୍ଥିତ ଅଛନ୍ତି ସେମାନେ ହେଉଛନ୍ତି ପ୍ରକୃତରେ ଯୋଦ୍ଧା ସେମାନେ ଆଶ୍ୱାସନା ଓ ଆଶ୍ରିବାଦ ଦେଲେ ଆମେ ବିଜୟ ନିଶ୍ଚୟହେବୁ ଓ ଷଷ୍ଠ ଥର ପାଇଁ ମୁଖ୍ୟ ମନ୍ତ୍ରୀ କରିବା ପାଇଁ ଉପସ୍ଥିତ ଥିବା କର୍ମୀ ଓ ଜନସାଧାରଣ ଙ୍କୁ କହିଥିଲେ। ଲାଞ୍ଜିଗଡ଼ ବ୍ଲକ ବିଜେଡଡ଼ି ସଭାପତି ହିମାଦ୍ରୀ ପେସନିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ କମଳା ପାତ୍ର,ଉପାଧ୍ୟକ୍ଷ ସଂଜୀବ କୁମାର ନାଏକ,ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ,ଜୋନ-୧ ଜିଲ୍ଲାପରିଷଦ ଅଞ୍ଜଳି ମାଝୀ,ଜୋନ-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ବିଜେଡ଼ି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଯୁବ ବିଜେଡି ସଭାପତି ଡ଼ିଲେଶ କୁମାର ନାଗ,ପାତ୍ର ମାଝୀ,ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବିଜୁଛାତ୍ର ଜନତା ଦଳ ସଭାପତି ସ୍ବରପ ପାତ୍ର, ବିଜୁଜନତା ଦଳ ମହିଳା ସଭାପତି ସୁଜାତା ଘଡେଇ, ପୂର୍ବତନ ଉପାଧ୍ୟକ୍ଷ ତୁଳସୀ ନାଏକ, ବିଜେଡି ନେତା ମନୋହର ହରପାଳ, ଚାଁଚେର ମାଝୀ, ହରିହର କୁମାର ଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଥିଲା ଏଥିରେ ୧୦୦ ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଆଜିର ଏହି ଶୋଭାଯାତ୍ରାରେ ୩୦୦ରୁ ଉର୍ଦ୍ଧ ବାଇକ ସାମିଲ ହୋଇଥିବା ବେଳେ ହଜାରେରୁ ଉର୍ଦ୍ଧ ଜନସାଧାରଣ ଓ କର୍ମୀ ଜନସମାଗମ ହୋଇଥିବାବେଳେ କାର୍ଯ୍ୟକ୍ରମକୁ ବିଜେଡି ଜିଲ୍ଲା ସମ୍ପାଦକ ଜଗଦୀଶ ବେନିଆଁ ପରିଚାଳନା କରିଥିଲେ।

ରିପୋର୍ଟ- ମଳୟ ବେନୁଆଁ (ରାହୁଲ୍). ଲାଞ୍ଜିଗଡ଼.

Comments
Loading...