ଉଦେର ନଦୀ ଚାଷୀ କ୍ରୀୟାନୁଷ୍ଠାନ କମିଟି ତରଫରୁ ଆଜି ସିନ୍ଧେକେଲା ଅଞ୍ଚଳରେ ଇଲେକ୍ଟ୍ରି ସମସ୍ୟାର ସମାଧାନ ଏବଂ 33kv ର ବ୍ୟବସ୍ଥା ଦାବିରେ ଇଲେକ୍ଟ୍ରି ଅଫିସ ଘେରାଉ

ବଲାଙ୍ଗୀର (କୋଶଲ ନ୍ୟୁଜ୍) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଲରେ ବିଦ୍ୟୁତ ସରବରାହ କୁ ନେଇ ଲୋକମାନେ ଦୀର୍ଘଦିନ ହେଲା ବହୁତ୍ ହଇରାଣ ହେଉଛନ୍ତି।ତେଣୁ ଆଜି ତା.୧୯/୭/୨୧ ଦିନରେ ଆଜି କୁ ଦୀର୍ଘଦିନ ହେଲା ସିନ୍ଧେକେଲା ଅଞ୍ଚଳରେ ଦିନରାତି ଘନ ଘନ ବିଦ୍ୟୁତ୍ କାଟ ଚାଲିଛି।ସଠିକ୍ ଭାବରେ ବିଦ୍ୟୁତ୍ ଯୋଗାଣ ହୋଇପାରୁନାହିଁ।ଯାହା ଫଲରେ ଜାତୀୟ ବିପର୍ତ୍ତି କୋରୋନା ସମୟରେ ଲୋକମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଛାତ୍ରଛତ୍ରୀମାନଙ୍କ ଅନ ଲାଇନଶିକ୍ଷା ଗ୍ରହଣ କରିବାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି। ବିଦ୍ୟୁତ୍ ଯୋଗାଣରେ ପ୍ରଶାସନର ଉଦାସୀନତା ଯୋଗ ଲୋକମାନେ ପିଇବା ପାଣି ମଧ୍ୟ ପାଇପାରୁନାହାନ୍ତି।ସୂଚନା ଯୋଗ୍ୟ ଯେ ବିନା ବର୍ଷା ଘଡଘଡି ପବନ ରେ ମଧ୍ୟ ଘଣ୍ଟାଘଣ୍ଟା ବିଦ୍ୟୁତ୍ କାଟ ହେଉଛି। ଏନୁ ଜନସାଧାରଣରେ ଚିତ୍ର ଅସନ୍ତୋଷ ପ୍ରକାଶ ପାଉଛି।ଆଗାମୀ ଦିନରେ ଉକ୍ତ ଦାବି ପୁରଣ ନହେଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ।ବୋଲି କହିଛନ୍ତି।

Comments
Loading...