ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ର ଉଦ୍ୟମ ଓ ବେଦାନ୍ତ ର ସାହାଯ୍ୟ ଏବଂ ଲାଞ୍ଜିଗଡ ବିଧାୟକ ପ୍ରତିନିଧି ଙ୍କ ସହାୟତା ରେ କଟକ ଗଲେ ରୋଗୀ

କୋଶଲ ନ୍ୟୁଜ୍ : ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ ପଞ୍ଚାୟତ ଅଧିନସ୍ଥ ଡଙ୍ଗରୀ ଗାଁର ବିଧବା ମହିଳା କୁମଟାଣି ବାଗ (୫୦) ଦୀର୍ଘ ବର୍ଷେ ହେଲା କର୍କଟ ରୋଗରେ ପିଡିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଅତି ଗରିବ ଶ୍ରେଣୀୟ ଏହି ମହିଳାଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଉଛି ତାଙ୍କ ୨୨ବର୍ଷର ଝିଅ ସବିତା। କୁଲିମଜୁରୀ କରି ଚଲୁଥିବା ଏହି ମହିଳା ଜଣକ ମାରାତ୍ମକ କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ଝିଅ ସବିତାକୁ କିଛି ବୁଦ୍ଧିବାଟ ଦିଶିନଥିଲା।
ତେବେ ସାହାସ ନହାରି ନିଜର ଏକମାତ୍ର ସମ୍ବଳ ଜମିଖଣ୍ଡକ ବନ୍ଧକରଖି ସେ ମାଁଙ୍କୁ ଭବାନୀପାଟଣା, ବୁର୍ଲା ଓ ପରିଶେଷରେ କଟକ ଏସସିବିରେ ଚିକିତ୍ସିତ କରାଇଛନ୍ତି। ପରବର୍ତ୍ତୀ ସମୟରେ ସମ୍ବଳ ଅଭାବରୁ ଆଉ ମାଁଙ୍କୁ କଟକ ନେଇ ନପାରି ଘରେ ରଖିଥିଲେ। ଏହି ସାହାସୀ ଝିଅ ଓ ତାଙ୍କ ରୋଗାକ୍ରାନ୍ତ ମାଁଙ୍କ ଦୁର୍ଦ୍ଦଶା କଥା ଜାଣିବାପରେ ସୋସିଆଲ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର କାର୍ଯ୍ୟକର୍ତ୍ତା ଡଙ୍ଗରୀ ଗାଁକୁ ଯାଇ କୁମଟାନ୍ ବାଗଙ୍କୁ ଭେଟିଥିଲେ। ତାଙ୍କର ପୁନଃ ଚିକିତ୍ସା ପାଇଁ କଟକ ଯିବା ଜରୁରୀ ବୋଲି ଜାଣିବାପରେ ସୋସିଆଲ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର ଲାଞ୍ଜିଗଡ଼ ବ୍ଲକ ସଭାପତି ମିଳନ କୁମାର ନାୟକ ବେଦାନ୍ତକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ।
ଶ୍ରୀ ନାୟକଙ୍କ ଅନୁରୋଧ ରକ୍ଷାକରି ବେଦାନ୍ତ ଆଲୁମିନା ପକ୍ଷରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ତେବେ କୁମଟାଣିଙ୍କ ଆର୍ଥିକ ସ୍ଥିତି ଠିକ ନ ଥିବାରୁ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼ାଇଙ୍କୁ ଅବଗତ କରାଯାଇଥିଲା। ଶ୍ରୀ ଘଡ଼ାଇ ନିଜେ କୁମଟାଣି ବାଗଙ୍କ ଘରକୁ ଯାଇ କିଛି ଅର୍ଥ ପ୍ରଦାନ କରିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ କୁମଟାଣି କଟକରେ ଚିକିତ୍ସିତ ହେବାକୁ ଯାଇଛନ୍ତି।
ଏପରି ଘଡିସନ୍ଧି ମୁହୁର୍ତ୍ତରେ ସୋସିଆଲ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର କାର୍ଯ୍ୟକର୍ତ୍ତା; ଲାଞ୍ଜିଗଡ ବ୍ଲକ ସଭାପତି ମିଲନ କୁମାର ନାୟକ, ଲାଞ୍ଜିଗଡ଼ ବ୍ଲକ୍ ଉପଦେଷ୍ଟା ଧର୍ମେନ୍ଦ୍ର ପଣ୍ଡା, କର୍ମକର୍ତ୍ତା ମନିଷ ମିଶ୍ର, ନିତ୍ୟାସୁନ୍ଦର ଦୋରା, ମନିଷ ସାହୁ, ସୁନୀଲ ନାୟକ, ପ୍ରୀତିରଣୀ ସାହୁ, ଜଗତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Comments
Loading...