ବୋରପଦର ଖାଲିଆପାଲି ବାସୀ ଦୀର୍ଘ ଦିନ ପରେ ବିଦ୍ୟୁତ ସେବା ପାଇଲେ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ, ବୋରପଦର ଗ୍ରାମ ପଞ୍ଚାୟତ ର ଖାଲିଆପାଲି ଗାଁ ରେ ଦୀର୍ଘ ଦିନ ପରେ ସୋଭାଗ୍ୟ ଯୋଜନାରେ ସାମିଲ ହେଲେ ଗ୍ରାମ ବାସୀ । କଳାହାଣ୍ଡି ଜିଲ୍ଲା ବିଜେଡି ଉପ ସଭାପତି ଶ୍ରୀଯୁକ୍ତ ଚିତରଞ୍ଜନ ମଣ୍ଡଳ(ବାବୁଲି) ଉକ୍ତ ଅଞ୍ଚଳକୁ ଗସ୍ତ କରିବା ସମୟରେ ବୋରପଦର ଯୁବ ଗୋଷ୍ଟି ଏହି ଦାବୀ ଜଣାଇଥିଲେ । ଶ୍ରୀ ମଣ୍ଡଳ ଏହି ସଂକ୍ରାନ୍ତରେ ମାନ୍ୟବର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର,ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସୁଜିତ୍ କୁମାର ଓ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କୁ ଅବଗତ କରାଇଥିଲେ । ଏହାପରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ଉଚ୍ଚ କତୃପକ୍ଷ ଙ୍କୁ ଏହି ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ କହି ଥିଲେ । ଫଳସ୍ବରୂପ ଆଜି ଖାଲିଆପାଲି ଗ୍ରାମରେ ସୋଭାଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ଏହା ଜଣାପଡିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଦୀର୍ଘ ଦିନରୁ ଭୋଗୁଥିବା ସମସ୍ୟାର ସମାଧାନ ପାଇଁ ଶ୍ରୀ ମଣ୍ଡଳଙ୍କ ଚେଷ୍ଟା ତଥା ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ,ସାଂସଦ ସୁଜିତ୍ କୁମାର ଓ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଆନ୍ତରିକ ସହଯୋଗ ପ୍ରତି ଆଞ୍ଚଚଳବାସୀ ସାଧୁବାଦ୍ ଜଣାଉଛନ୍ତି ।

Comments
Loading...