ଭିଜିଲାନ୍ସ ପଞ୍ଝାରେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ବରାଳ

ଭିଜିଲାନ୍ସ ପଞ୍ଝାରେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ l ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ୍ ଆଜି ଗିରଫ୍ କରିଛି l କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପଞ୍ଚାୟତ ଅଧିନସ୍ଥ ବିରଞ୍ଚି ଚୌଧୁରୀ ଙ୍କ ଠାରୁ କର୍ଲାମୁଣ୍ଡା ସ୍ଥିତ ଡୁକେରମାଳ ଠାରେ କିଣିଥିବା ଜମିର ଦଲିଲକୁ ଡିମାରକେସନ୍ ଓ ସ୍କେଚ୍ ଦେବା ନାଁରେ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ବରାଳ l ଏନେଇ ଦୂର୍ନିତି ନିବାରଣ ବିଭାଗ ର ଦ୍ବାରସ୍ତ ହୋଇଥିଲେ ବିରଞ୍ଚି l ତେବେ କୋରାପୁଟ ଭିଜିଲାନ୍ସ ଦ୍ବାରା କେସ ନଂ-୧୨-୨୨/୪/୨୧ ରେ ଏକ ମାମଲା ରୁଜୁ ହୋଇଥିଲା l ପରେ କଳାହାଣ୍ଡି ଭିଜିଲାନ୍ସ ଡି.ଏସ୍.ପି ସତ୍ଯବାନ ମହାନନ୍ଦଙ୍କ ନେତୃତ୍ବରେ ଏକ ଟିମ୍ ଛକି ରହିଥିଲେ l ତେବେ ରାଜସ୍ବ ନିରୀକ୍ଷକ ଟଙ୍କା ନେବା ସମୟରେ ତାଙ୍କ ଠାରୁ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ୍ କରିଛି ଭିଜିଲାନ୍ସ୍ ଟିମ୍ l

Comments
Loading...