ଲାଞ୍ଜିଗଡ,(କୋଶଲ ନ୍ୟୁଜ୍):ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବେନଗାଁ ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବେନଗାଁ ସରପଞ୍ଚ ପୁରାଣା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଶିବାଜୀ ମାଝୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସହକାରୀ ଯନ୍ତ୍ରୀ ସାଲକୋ ହେମ୍ରମ,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ,ଏପିଇଓ ସଞ୍ଜିତ କୁମାର ପରିଡ଼ା,ବିଜେଡ଼ି ସଭାପତି ହିମାଦ୍ରୀ ପେସନିଆଁ,ସମିତି ସଭ୍ୟା ଯଶୋବନ୍ତୀ ନାଏକ,ପୂର୍ବତନ ସରପଞ୍ଚ ପାଲସି ମାଝୀ, ସୁକାନ୍ତି ମାଝୀ,ପୂର୍ବତନ ଭାରତୀୟ ଯବାନ ଦେବେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ମହାଦେବ ସୁନାନୀଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ମାନେ ବିଭିନ୍ନ ବିଭାଗର ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବିସ୍ତୃତ ଭାବରେ ବୁଝାଇଥିବା ବେଳେ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲି ନିଜ ବିଭାଗ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ରୋଜଗାର ସେବକ ପ୍ରମୋଦ ସାହୁ, ଯୋଗାଣ ସହାୟକ ସୁଶାନ୍ତ ନାଏକ,ୱାର୍ଡ ସଭ୍ୟ, ସଭ୍ୟା, ଏମ୍ବିକେ, ସିଆରପି,ଅଙ୍ଗନୱାଡି କର୍ମି, ଆଶା କର୍ମି,ସମସ୍ତ ଗାଁ ସାଥି ସମେତ ପଞ୍ଚାୟତର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ – ମଳୟ ବେନୁଆଁ (ରାହୁଲ୍)