ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଞ୍ଚପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂଆଁଡିହି ଠାରେ ଦୀର୍ଘ ୮ଦିନ (୬ ତାରିଖରୁ ୧୫ ତାରିଖ) ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀମାନ ତପନ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ରିଆମାଳ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉମାକାନ୍ତ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତ୍ମସୁରକ୍ଷା ତାଲିମର ପ୍ରାସଙ୍ଗିକତା ଓ ଆବଶ୍ୟକତା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆତ୍ମ ସୁରକ୍ଷା ପ୍ରଶିକ୍ଷିକା ଶ୍ରୀମତୀ କୁମୁଦିନୀ ଅଦାବର ସମସ୍ତ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଓଡ଼ିଆ ଅଧ୍ୟାପକ ହୃଷୀକେଶ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଉଦଯାପନୀ ସଭାରେ କଲେଜର ସମସ୍ତ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଯଥା ଶ୍ରୀମତୀ ଡେଜିନା ସାହୁ, କୁମାରୀ ବର୍ଷାବନ୍ଦିତା ଗଡ଼ନାୟକ,ଶ୍ରୀଯୁକ୍ତ ଡିଲେଶ୍ୱର୍ ପୋଳ,ଶ୍ରୀମାନ ଯୁଗଳ କିଶୋର କିସାନ,କୁମାରୀ ବନିତା ମାଝୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଭାବରେ ସହୋଯୋଗ କରିଥିଲେ ।

Comments
Loading...