ଯୁବକ ନିଖୋଜ – ନାମ : ମଦନ ଦଳପତି

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଅନ୍ତର୍ଗତ ଡାଲଗୁମା ଗ୍ରାମର ମଦନ ଦଳପତି ପି- ବେଦ ଦଳପତି ବୟଷ- ୧୯, ବର୍ଣ୍ଣ ଶ୍ୟାମଳ ଆଜକୁ ତିନିଦିନ ହେଲା ଘରୁ କୁଆଡେ ଚାଲି ଯାଇଛନ୍ତି । ସୂଚନା ଅନୁସାରେ ମଦନ ଙ୍କ ମସ୍ତିସ୍କ ଠିକ ରହୁ ନ ଥିବାରୁ ଘରେ ପ୍ରାୟ ରହୁ ନ ଥିଲେ। ଗତ ଶନିବାର ଦିନ ମଧ୍ୟ ସେ ଘରୁ ବାହାରି ଆଉ ଘରକୁ ଫେରି ନାହାଁନ୍ତି। ପରିବାରବର୍ଗ ଖୋଜା ଖୋଜି କଲା ପରେ ମଧ୍ୟ ତାଙ୍କୁ ନ ପାଇ ନିରାଶ ହୋଇଛନ୍ତି।ତଥାପି ଖୋଜିବାରେ ଲାଗିଛନ୍ତି ପରିବାର। ଏଣୁ ତାଙ୍କ ସନ୍ଧାନ ଯଦି କିଏ ପାଇଲେ ଦୟାକରି ମୋବାଇଲ ନମ୍ବର ୮୧୪୪୪୮୭୭୯୩ କିମ୍ବା ୬୩୭୨୦୮୮୮୫୭ ରେ ଫୋନ୍ କରି ଜଣାଇବାକୁ ତାଙ୍କ ପରିବାର ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Comments
Loading...