ଶ୍ରୀମତି ନାଏକ ଙ୍କୁ ମିଳୁନି ଭତ୍ତା

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମିର୍ଜାପୁୁର ର ଶ୍ରୀମତୀ ନାଏକ ( ୪୫) ପିତା -ଗଦାଧର ନାଏକ ଙ୍କୁ ମିଳୁନି ଭତ୍ତା। ଶ୍ରୀମତି ନାଏକ ଅବିବାହିତ ହୋଇ ରହି ଯାଇଥିବାରୁ ଏବଂ କାମଧନ୍ଦା ମଧ୍ୟ କରିପାରୁ ନ ଥିବାରୁ ବେସାହାରା ହୋଇ ବଞ୍ଚିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଜର ସମର୍କିୟ ଥିଲେ ମଧ୍ୟ ସମସ୍ତଙ୍କ ପାଇଁ ବୋଝ ହେଲାପରି କିଏ ମଧ୍ୟ ତାଙ୍କୁ ଦେଖାରେଖା କରୁନାହାଁନ୍ତି । ମଧୁବାବୁ ପେନ୍ ସନ୍ ଯୋଜନାରେ ଭତ୍ତା ପାଇବା ପାଇଁ ସେ ଅନ୍ ଲାଇନ୍ ରେ ଆବେଦନ କରିଥିଲେ।କିନ୍ତୁ ଆଜକୁ ଦୁଇ ବର୍ଷ ବିତଯାଇଥିଲେ ମଧ୍ୟ ଭତ୍ତା ଅନୁମୋଦନ ହୋଇ ନ ଥିବାରୁ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଣୁ ପ୍ରଶାସନ ଦୃଷ୍ଟି ଦେଇ ଅତିଶିଘ୍ର ଭତ୍ତା ମଞ୍ଜୁର କରିବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Comments
Loading...