ମାଁ କାଲିକା ପଞ୍ଚଦିବସୀୟ ଫୁଟବଳ ପ୍ରତିଯୋଗିତା ଉଦଯାପିତ, ଛିଳିପାମାଲ ଚାମ୍ପିଅନ

କଲାହାଣ୍ଡି ୦୨/୦୩/ କଲାହାଣ୍ଡି ଜିଲ୍ଳା କୋକସରା ବ୍ଲକ୍ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଏନ ଏଚ ୨୬ମିନି ଷ୍ଟାଡ଼ିୟମ ଠାରେ କୁସୁମଖୁଣ୍ଟି ଯୁବ ଅନୁଷ୍ଠାନ ଆନୁକୁଲ୍ୟରେ ଚାଲିଥିବା ପଞ୍ଚଦିବସୀୟ ଫୁଟବଲ ପ୍ରତିଯୋଗିତା ଆଜି ମଙ୍ଗଲବାର ଉଦଯାପିତ ହୋଇଯାଇଛି।ଉଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ ତଥା ଶିଳ୍ପ, ଶକ୍ତି ଖୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ଓଡିଶା କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଧର୍ମଗଡ ବିଧାୟକ ମୋୖସଧି ବାଗ,ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିସାରୀ, ଜିଳ୍ଳା ବିଜେପି ସଭାପତି ଲକ୍ଷ୍ମୀକାନ୍ତ ବାଗ,ବିଜୁ ଯୁବ ଜନତା ଦଲ ଜିଳ୍ଳା ସଭାପତି ଆଦିତ୍ୟ ନନ୍ଦ,ବିଜୁ ଛାତ୍ର ଜନତା ଦଲ ରାଜ୍ୟ କାର୍ଯ୍ୟ କାରି ସଭାପତି ଅବିନାଶ ଠାକୁର,ବିଜେଡ଼ି ଏସ୍ ଟି ସେଲ ଜିଲ୍ଲା ସଭାପତି ଇଂ ସୁଶୀଲ କୁମାର ଶବର ପ୍ରମୁଖ ମଞ୍ଚାସିନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ।ଉଦଯାପନି ଦିବସରେ ୨ଟି ସେମିଫାଇନାଲ ଖେଲ ଓ ଫାଇନାଲ ଖେଲ ଅନୁଷ୍ଠିତ ହୋଇଥିଲା।ପ୍ରଥମ ସେମିଫାଇନାଲ ଖେଲ ଛିଳିପାମାଲ ଏବଂ ଝାରକୁଣ୍ଡା ମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଛିଲିପାମାଲ ବିଜୟୀ ହୋଇଥିଲେ।ଦ୍ବିତୀୟ ସେମି ଫାଇନାଲ ଖେଲ ନାଇକାଣୀଗୁମା ଏବଂ ଚିତ୍ରକୋଟ (ନବରଙ୍ଗପୁର) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିତ୍ରକୋଟ ଦଲ ବିଜୟୀ ହୋଇଥିଲେ।ପରେ ଛିଲିପାମାଲ ଏବଂ ଚିତ୍ରକୋଟ ମଧ୍ୟରେ ଫାଇନାଲ ଖେଲ ଅନୁଷ୍ଠିତ ହୋଇଥିଲା l୧-୦ ଗୋଲରେ ଛିଳିପାମାଲ ଦଲ ଚମ୍ପିଆନ ହୋଇଥିଲେ।ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ବିଜେତା ଓ ଉପବିଜେତା ଦଲ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରଯାଇଥିଲା। ଖେଳଟିକୁ ରଘୁନାଥ ହେମରମ ପରିଚାଳନା କରିଥିବା ବେଲେ ଲାଇନ୍ସ ମ୍ୟାନ ଭାବେ ସୋମ୍ୟରଞ୍ଜନ ଛତ୍ରିଆ ଓ ଗୌତମ ମାଝି ସହଯୋଗ କରିଥିଲେ।ବାବୁଲାଲ ଶବର ଓ ଲିଙ୍ଗରାଜ ବେହେରା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।କୁସୁମଖୁଣ୍ଟି ଯୁବ ଅନୁଷ୍ଠାନ ର ସଭାପତି ଡିଙ୍ଗର ବେହେରା, ସମ୍ପାଦକ ହିରାଲାଲ ବେହେରା,କୋଷାଦକ୍ଷ କ୍ଷିରସିନ୍ଧୁ ସୁନାନୀ, ସୁଦର୍ଶନ ବେହେରା, ହିରଣ୍ୟ ବେହେରା, ତୁଲାରାମ ବେହେରା,ବନ ଶବର, ପଦ୍ମ ଲୋଚନ ଦାସ ,ମଣ୍ଟୁ ବେହେରା, ଦୟା କର, ଜଗଜିବନ କୁମାର,ରିଙ୍କୁ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଲେ ଟିକେଶ୍ବର ରାଉତ ମଞ୍ଚ ପରିଚାଲନା କରିଥିଲେ।

Comments
Loading...