ରନ୍ଧନଗ୍ୟାସ, ପେଟ୍ରୋଲ, ଡ଼ିଜେଲ ଓ ଖାଉଟି ସାମଗ୍ରୀ ବୃଦ୍ଧିକୁ ନେଇ କୋକସରା ବ୍ଲକ ସମ୍ମୁଖରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି (କୋଶଲ ନ୍ୟୁଜ୍) :ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଜି ଶତାଧିକ କଂଗ୍ରେସ କର୍ମୀ ବ୍ଲକ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି |ଦେଶରେ ହୁ ହୁ ହୋଇ ବଢୁଥିବା ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀ ବୃଦ୍ଧି ଯୋଗୁଁ ଗରିବ ପରିବାର, ମଧ୍ୟବିତ୍ତ ପରିବାର ହନ୍ତସନ୍ତ ହେଉଛନ୍ତି, ଏଥିପାଇଁ କେନ୍ଦ୍ରସରକାର ଦାୟୀ ବୋଲି ବିକ୍ଷୋଭ ପ୍ରତିବାଦ କରିଛନ୍ତି|ଏହି କାର୍ଯ୍ୟକ୍ରମ ରେ କୋକସରା ବ୍ଲକ କଂଗ୍ରେସ କମିଟି ସଭାପତି ରାଜେନ୍ଦ୍ର ନାଏକ,ବରିଷ୍ଠ କଂଗ୍ରେସ ନେତା ତ୍ରିଭୁବ ନାଏକ, ମହେନ୍ଦ୍ର ଧରୁଆ,ଲିଙ୍ଗରାଜ ବେହେରା, ତ୍ରିଲୋଚନ ନାଏକ,କମଳ ଲୋଚନ କୁମାର,ମାଧୁରୀ ନିଏଲ, ଫୁଲତୋଳା ଖମାରୀ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ l

ଯଦି ପେର୍ଟ୍ରୋଲ , ଡିଜେଲ, ରନ୍ଧନ ଗ୍ୟାସ ବୃଦ୍ଧି ନ କମିଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି|

Comments
Loading...