କଳାହାଣ୍ଡି ର ଐତିହାସିକ ଶୈବ ପୀଠ ବେଲଖଣ୍ଡି ଠାରେ ଜାଗର ଯାତ୍ରା

କଳାହାଣ୍ଡି : ଆଜି ହେଉଛି ଜାଗର ଯାତ୍ରା, ଭଗବାନ ଶିବ ଙ୍କ ଦୁଆରେ ଆଜିକା ଦିନରେ ଅଳି କରିଥାନ୍ତି ଭକ୍ତ ମାନେ l ଏହିପରିପ୍ରେକ୍ଷୀରେ ଆଜି ଐତିହାସିକ ଶୈବ ପିଠ ବେଲଖଣ୍ଡି ଠାରେ ଜାଗର ଯାତ୍ରା ରଖିଛନ୍ତି ଭକ୍ତ ମାନେ l କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ଶୈବ ପିଠ ହେଉଛି ବେଲଖଣ୍ଡି ଧବଳେସ୍ୱର ଶିବ ମନ୍ଦିର l କରୋନା କଟକଣାକୁ ଆଖିରେ ରଖି ଭକ୍ତ ମାନେ ଜାଗର ଯାତ୍ରା କରୁଛନ୍ତି l ଆଜିର ଏହି ଜାଗର ଯାତ୍ରାରେ ଭଜନ ସମାରୋହ ରହିଛି ଏବଂ ଶ୍ରଦ୍ଧାଳୁ ମାନେ ଉପଭୋଗ କରୁଛନ୍ତି l ଗୁରୁବାର ଦିନ ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂ ପରିଦର୍ଶନ ରେ ଆସିଥିବା ବେଳେ ଜାଗର ରାତ୍ରିରେ ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାଏକ ମନ୍ଦିର ପରିଦର୍ଶନ ରେ ଆସିଛନ୍ତି l ମନ୍ଦିର ପୂଜା କମିଟି ଦ୍ୱାରା କରୋନା କଟକଣା ଯୋଗୁଁ ସାମାଜିକ ଦୂରତା ବଜାୟ ରଖାଯାଇଛି ଏବଂ ମାସ୍କ ବାଧ୍ୟ୍ୟତା ମୂଳକ କରାଯାଇଛି l ଯେଉଁମାନେ ମାସ୍କ ପିନ୍ଧି ନାହାନ୍ତି ସେମାନଙ୍କୁ ପୂଜା କମିଟି ତରଫରୁ ଦିଆଯାଇଛି l ଆଜିର ଏହିଯାତ୍ରା ରେ ମୁଖ୍ୟ ସମ୍ପାଦକ ଭିକାରୀ ଗଉଡ଼ ଉପସ୍ଥିତ ରହି ମିଡ଼ିଆ ସଂଯୋଜକ ଦାୟିତ୍ୱ ନିଭାଇଥିଲେ ସେହିପରି ସାମ୍ବାଦିକ ମାନଙ୍କ ମଧ୍ୟରେ ନରୋତ୍ତମଃ ସେଲମା,ବୁଦ୍ଧେଶ୍ୱର ଚୌଧୁରୀ, ସୁରଥ ହେର୍ଣ୍ଣା, ଫିରୋଜ କୁମାର ଦାସ, ସରୋଜ ସାହୁ, ଦୁର୍ଯ୍ୟୋଧନ ସାହୁ ଶିବାନନ୍ଦ ନାଏକ ଉପସ୍ଥିତ ଥିବାବେଳେ କେସିଙ୍ଗା ପୋଲିସ ପକ୍ଷରୁ ପଲମ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ଙ୍କ ସହ ତାଙ୍କ ସହକର୍ମୀ ପ୍ରମୁଖ ଉପସ୍ଥିତ ଥିବାବେଳେ ମନ୍ଦିର ପୂଜାକମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଜିର ଜାଗର ଯାତ୍ରାକୁ ଠିକ ଭାବରେ ପରିଚାଳିତ କରୁଛନ୍ତି l

Comments
Loading...