ଲାଞ୍ଜିଗଡ଼ ଅଞ୍ଚଳରେ ବିଦେଶୀ ମଦ କିରାଣୀ ଓ ଚା’ପାନ ଦୋକାନରେ ଖୁଲମ ଖୁଲା ବିକ୍ରି

•ଅବକାରୀ ବିଭାଗର ନିଘା ନାହିଁ

•ନା ଜାଣି ଜାଣିଶୁଣି ଚୁପ.

ଲାଞ୍ଜିଗଡ଼,୨୯/୦୪(କୋଶଲ ନ୍ୟୁଜ୍):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ବିଶ୍ୱନାଥପୁର ଠାରୁ ଆରମ୍ଭ କରି କଳାହାଣ୍ଡି ରାୟଗଡ଼ା ଜିଲ୍ଲା ସୀମାନ୍ତ କଳାକୁପା ପର୍ଯ୍ୟନ୍ତ ପ୍ରାୟ ସବୁ ଗାଁ ଗୁଡ଼ିକର ପ୍ରମୁଖ ସ୍ଥାନ ମାନଙ୍କରେ ବେଆଇନ ବିଦେଶୀ ମଦ ଯାହାକୁ ଯେତେ ଖୁଲମ ଖୁଲା ବିକ୍ରି ହେଉଥିବାବେଳେ ଗ୍ରାମାଞ୍ଚଳର ଗାଁ ମାନଙ୍କରେ ବ୍ୟାପକ ଭାବରେ ପ୍ରତ୍ୟୋକ କିରାଣୀ ଚା’ପାନ ଦୋକାନ ମାନଙ୍କରେ ବେଆଇନ ଭାବରେ ବିଦେଶୀ ମଦ ବାଇକ ଓ ଚାରିଚକିଆ ଗାଡି ଯୋଗେ ଯୋଗା ଯାଉଛି ଓ ଚଢ଼ା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ତେବେ ଏହିଭଳି ବିଦେଶୀ ମଦ ସରକାରୀ ସ୍ୱୀକୃତି ଦୋକାନକୁ ଛାଡ଼ି ଗାଁ ଗଣ୍ଡା ମାନଙ୍କରେ ସହଜରେ ଉପଲବ୍ଧ ହେଉଛି। ଅଧିକ ମାତ୍ରାରେ ବିକ୍ରି ହେଉଥିବା ବିଦେଶି ମଦ ବ୍ୟାପକ ଭାବରେ ନକଲି ବ୍ରାଣ୍ଡ କରାଯାଇ ବିକ୍ରି କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଲାଞ୍ଜିଗଡ଼ ସହରରେ ଥିବା ମଦଦୋକାନ ଠାରେ ନିର୍ଦ୍ଧାରିତ ଦର ଠାରୁ ବେଆଇନ ଭାବେ ଚଢ଼ା ଦରରେ ବିକ୍ରି କରାଯାଉଥିବା ଯୋଗୁଁ ଗାଁଗଣ୍ଡା ତାଠାରୁ ଆହୁରି ଚଢ଼ା ଦରରେ ବିକ୍ରି ହେଉଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। କେବେ କେବେ କାଁ ଭାଁ ଅବକାରୀ ବିଭାଗ ଓ ପୋଲିସ ଦ୍ୱାରା ମଦ ଜବତ କରାଯାଉଥିବା ବେଳେ ବିନା ଲାଇସେନ୍ସରେ ବେଆଇନ ଭାବରେ ବିଦେଶୀ ମଦ ବିକ୍ରି କରୁଥିବା ଲୋକଙ୍କ ପାଇଁ ଦଣ୍ଡ ବିଧାନ ରହିଛି ହେଲେ ଲାଞ୍ଜିଗଡ ଅଞ୍ଚଳରେ ଅନେକ ସ୍ଥାନରେ କାଁ ଭାଁ ମଦ ଜବଦ କଲେ ମଧ୍ୟ କିଛି ଅର୍ଥ ପାଇ ଅବକାରୀ ବିଭାଗ ଓ ପୋଲିସ ଦଣ୍ଡ ଦେବା ବଦଳରେ ଚୁପେଇ ଦେଉଥିବା ଯୋଗୁଁ ଦିନକୁ ଦିନ ବେଆଇନ ବିଦେଶୀ ମଦ ଅଞ୍ଚଳରେ ବିକ୍ରି ହେବାରେ ବୃଦ୍ଧି ପାଉଛି ବୋଲି ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି। ତେବେ ଏଠି ବିରାଟ ବଡ଼ ପ୍ରଶ୍ନ ଉଠୁଛି ଯେ ଯେଉଁ ସରକାରୀ ମଦ ଦୋକାନରୁ ବିଦେଶୀ ମଦ ବ୍ୟାପକ ଭାବରେ ବାଇକ ଓ ଚାରିଚକିଆ ଗାଡ଼ି ଯୋଗେ ଅଣା ଯାଇ ବେଆଇନ ଭାବରେ କିରାଣୀ ଦୋକାନ ମାନଙ୍କରେ ବିକ୍ରି କରୁଥିବା ଦୋକାନୀ ପାଖକୁ ପୋଲିସ କିମ୍ବା ଅବକାରୀ ବିଭାଗର ତଦନ୍ତ କାହିଁକି ପହଞ୍ଚି ପାରୁନାହିଁ ଏବଂ ଏଥିରେ ମାସିକିଆ ବଟି ପ୍ରେମରେ ମସଗୁଲ ଥିବା ସମ୍ପୃକ୍ତ ବିଭାଗ ନିନ୍ଦାବିଷ୍ଣୁ ସାଜି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡ଼ିଥିବା ଯୋଗୁଁ ଦିନକୁ ଦିନ ବିଦେଶୀ ମଦ ବିକ୍ରି ବୃଦ୍ଧି ପାଉଛି ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ହେଉଛି। ଏପଟେ ରାସ୍ତା କଡ଼,ଖେଳ ପଡିଆ ଭଳି ଅନେକ ସ୍ଥାନ ମାନଙ୍କରେ ଶହ ଶହ ବିଦେଶୀ ମଦ କାଚବୋତଲ ଓ ଟିଣ ମଦ ଡବା ପଡ଼ି ରହୁଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ଏହି ପରି ସ୍ଥଳେ ଜିଲ୍ଲା ଅବକାରୀ ଅଧିକ୍ଷକ ଓ କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଲାଞ୍ଜିଗଡ ଓ ଗ୍ରାମାଞ୍ଚଳ ମାନଙ୍କରେ ହେଉଥିବା ଚୋରା ମଦ ବିକ୍ରି କାରବାରକୁ ରୋକିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀଙ୍କ ଦାବି ହେଉଛି ।

ରିପୋର୍ଟ- ମଳୟ ବେନୁଆଁ (ରାହୁଲ୍).

Comments
Loading...