କଳାହାଣ୍ଡି ଜିଲ୍ଲା ରେ ସରକାର ଙ୍କ ସ୍ଵୀକୃତି ପ୍ରାପ୍ତ ସାମ୍ବାଦିକ ମାନେ ନେଲେ କୋଭିଡ ଟିକା

ଓଡିଶା ସାମ୍ବାଦିକ ସଂଘ ଦିର୍ଘ ଦିନ ଧରି ରାଜ୍ଯ ସରକାର ଙ୍କ ଠାରେ ସାମ୍ବାଦିକ ଙ୍କୁ ସ୍ବୀକୃତି ଦେବାପାଇଁ ଦାବି କରି ଆସୁଥିଲେ ତାହା ରାଜ୍ୟ ସରକାର ନବୀନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଆଗଧାଡିର କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ କରିଛନ୍ତି। ଆଜି କଳାହାଣ୍ଡି ଜିଲ୍ଲା ର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ରେ ସାମ୍ବାଦିକ ମାନଙ୍କୁ କୋଭିଡ ଟିକା ସରକାର ଙ୍କ ପକ୍ଷରୁ ଦିଆଯାଇଛି। ଓଡ଼ିଶା ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଙ୍କ ଆପ୍ରାଣ ଚେଷ୍ଟା ରେ ନବିନ ସରକାର ଙ୍କ ଏଭଳି କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ କରିଥିବା ରୁ କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ଧନ୍ୟବାଦ ର ସୁଅ ଛୁଟିଛି । ତେବ ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ତଥା ରାଜ୍ୟ ବିଜେଡ଼ି ଦଳ ରାଜ୍ୟ ସମ୍ପାଦକ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି କମ୍ଭୁପାଣି ମିଶ୍ର ଙ୍କ ଉପସ୍ଥିତି ରେ ଏମ୍.ରାମପୁର ରାଜ୍ୟ ସରକାର ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ ଅନନ୍ତ କୁମାର ପାଲ, ସଞ୍ଜୁକ୍ତା ପୁରୋହିତ, ପ୍ରସାନ୍ତ କୁମାର ସାମନ୍ତରାୟ, ହେମନ୍ତ କୁମାର ସାହୁ,ଧିରେନ କୁମାର ପଟ୍ଟନାୟକ, ଉଦ୍ଧବ ପଣ୍ଡା, ସୁରେଶ ଚନ୍ଦ୍ର ସାହୁ, ମର୍ଦ୍ଦରାଜ ସ୍ବାଇଁ, ସେହି ପରି କେସିଙ୍ଗା ବ୍ଲକ୍ ର ମଧୁ ସିନ୍ଦୁର,ବୁଦ୍ଧେଶ୍ବର ଚୌଧୁରୀ,ଦୟାନିଧି ସୁନାନୀ ,ଗୋକୁଲ ସାହୁ,ଲକ୍ଷଣ ବାଗ୍,ଡମ୍ବରୁଧର ଭୋଇ,ବଲରାମ୍ ନାଏକ,ଅର୍ଜୁନ ପୋଢ,ଗଜେନ୍ଦ୍ର ସାହୁ,ତୁମେଶ୍ବର ସାହୁ,ଯଯାତୀ କେଶରୀ ଦେଓ,ସୁସାନ୍ତ ମହାପାତ୍ର,ସୁରେଶ କୁମାର ଅଗ୍ରୱାଲ୍,ଶିବ ପ୍ରସାଦ ସାହୁ,ମନୋଜ କୁମାର ସିଂ ପ୍ରମୁଖ କେସିଙ୍ଗା ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରରେ ଟିକା ନେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଙ୍କୁ ଧନ୍ୟବାଦ ଶୁଭେଚ୍ଛା ଜଣାଇଛନ୍ତି।

Comments
Loading...