ମାଁ ଭଗବତୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨ରେ ଚମ୍ପିୟାନ ବୁଦେଲ

ଜୁନାଗଡ଼,(କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଦେଲ୍ ଗ୍ରାମର ମାଁ ଭଗବତୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ -୨ର ଖେଲ ସମ୍ପନ୍ନ ହୋଇଛି। ମନରଞ୍ଜନ ବେମାଲଙ୍କ ସଭାପତିତ୍ବରେ ଏହି ଖେଳ ୧୪.୪.୨୦୨୪ ତାରିଖରେ ଆରମ୍ଭ ହୋଇଥିଲା। ସଂପ୍ରତି ଏହି ଖେଳରେ ବିଭିନ୍ନ ଅଞ୍ଚଳରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଏହି ଖେଳ ତା.୨.୫.୨୦୨୪ ରିଖ ଦିନ ବୁଦେଲ ଓ କଷାବହି ମଧ୍ୟରେ ଫାଇନାଲ ଖେଲ ହୋଇଥିଲା । କସାବାହି ପ୍ରଥମେ ଟସ୍ ଜିତି ବ୍ୟାଟିଙ୍ଗର ନିଷ୍ପତି ନେଇଥିଲା ଓ ୧୦ ଓଭରରେ ୧୦୫ ରନ୍ ସଂଗ୍ରହ କରିପାରିଥିଲା । ଅନ୍ୟ ପକ୍ଷରେ ବୁଦେଲ ୮ ଓଭରରେ ୨ ୱିକେଟ ହରାଇ ୧୦୫ ରନକୁ ବିଜୟ ଲାଭ କରିଥିଲା। ଏହି ଫାଇନାଲ ଖେଳର ମେନ୍ ଅଫ ଦି ମେଚ ପାଇଁ ଯୋଗ୍ୟ ହୋଇଥିଲେ ମନରଞ୍ଜନ ବେମାଲ । ଏହି ସୁନ୍ଦର ଫାଇନାଲ ଖେଳରେ ୨୧ ବଳରେ ୬୩ ରନ ମାରି ୮ ଟି ୬(ଛକା) ଓ ତିନୋଟି ୪ (ଫୋର୍) ମାରି ବୁଦେଲ ଗାଁକୁ ବିଜୟ ଲାଭ କରିଥିଲେ। ମୁଖ୍ୟ ଅତିଥି ସମାଜ ସେବୀ ଶ୍ରୀଯୁକ୍ତ ସୁଧୀର ବେହେରା, ସମ୍ମାନିୟ ଅତିଥି ବିଶ୍ୱଜିତ୍ ସିଂହ, କ୍ଷମାନିଧି ବାଗ, ହୃଷୀକେଶ ସିଂହ, ମନୋଜ କୁମାର କୈବର୍ତ୍ତ, ସଭାପତି ଲିଙ୍ଗରାଜ ଜାନୀ ଉପ ସଭାପତି ମନରଂଜନ ବେମାଲ ସକ୍ରିୟ ସହଯୋଗ କରିଥିଲେ।

Comments
Loading...