ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ ହେଲା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ବେହେରା

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଦନ୍ତେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବେହେରା ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ବେହେରା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌସୁଧି ବାଗ ଯୋଗ ଦେଇଥିବବେଳେ ସମ୍ମାନୀତ ଅତିଥି ଭାବରେ ଧର୍ମଗଡ଼ ବି. ଡି.ଓ ଶ୍ରୀଯୁକ୍ତ ଶରତ କୁମାର ସେଠୀ,ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ପୁଝାରୀ,ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବାଞ୍ଛାନିଧି ପୁରୋହିତ,ବେହେରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଚିତ୍ରା ଗୋପାଳ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ତୁଳସୀ ରାମ ବାରିକ୍ ଯୋଗଦାନ କରିଥିଲେ।

ଶିକ୍ଷାର ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ 5 T ରେ ଅନ୍ତର୍ଭୁକ୍ତ କରି ସ୍ମାର୍ଟ ସ୍କୁଲ ରେ ପରିଣତ କରିବା ପାଇଁ ନିଷ୍ପତି ନେଇଥିବାରୁ ଏବଂ ଦନ୍ତେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଥିବାରୁ ନିଶ୍ଚିତ ଭାବରେ ଅଞ୍ଚଳରେ ଶିକ୍ଷାର ବିକାଶ ହୋଇପାରିବ ବୋଲି ଅତିଥିମାନେ ନିଜ ନିଜ ମତ ପୋଷଣ କରିଥିଲେ ତତ୍ ସହିତ ସରକାରଙ୍କ ନିଷ୍ପତିକୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ।
ସ୍ମାର୍ଟ ସ୍କୁଲ ଭାବେ ଦନ୍ତେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଥିବାରୁ ଅଞ୍ଚଳର ବୁଦ୍ଧିଜିବୀ, ଶିକ୍ଷାବିତ୍,ଜନ ପ୍ରତିିନିଧି,ଜନ ସାଧାରଣ ସରକାରଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜଣାଇଛନ୍ତି।

Comments
Loading...