କଳାହାଣ୍ଡିର ୭୩ଟି ସ୍କୁଲ ଲୋକାର୍ପିତ

ଭବାନୀପାଟଣା: ୫-ଟି ହାଇସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ ରେ ଆଜି କଳାହାଣ୍ଡି ର ୭୩ ଟି ସ୍କୁଲକୁ ଆଭାସି ମାଧ୍ୟମରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ଅବସରରେ ଆଜି ଜୁନାଗଡ଼ ବ୍ଲକ ଡ଼ୁମେରବାହାଲ ସ୍ଥିତ ଧନୁର୍ଜୟ ହାଇସ୍କୁଲରେ ଜିଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର,  ପ୍ରଦୀପ ଦିଶାରୀ, ଭୂପିନ୍ଦର ସିଂ, ମୌଶଧୀ ବାଗ, ଜିଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, କଳାହାଣ୍ଡି ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷ ଶିବାଜୀ ମାଝୀ, ଜିଲ୍ଲାପାଳ ପି ଅନ୍ୱେଷା ରେଡି, ଛାତ୍ର ପ୍ରତିନିଧି ସୁଶ୍ରୀ ଆଶା ମାଝୀ ପ୍ରମୁଖ ଯୋଗଦେଇ ଥିଲେ। ପ୍ରଥମ ୩ଟି ପର୍ଯ୍ୟାୟ ରେ ଜିଲ୍ଲାର ୨୪୪ ଟି ହାଇସ୍କୁଲ ଏବଂ ବର୍ତମାନ ୭୩ ଟି ବିଦ୍ୟାଳୟ ୫ଟି ଦ୍ଵାରା ରୂପାନ୍ତରିତ ହେଇଥିବା ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମ ରେ ସୂଚନା ଦେଇଥିଲେ।

Comments
Loading...