ରାମକୃଷ୍ଣ ନିଆଲ ମେମୋରିଆଲ ନକ୍ ଆଉଟ୍ କ୍ରିକେଟ ଟୁର୍ଣାମେଣ୍ଟ ରେ ବାନେର ଚମ୍ପିୟାନ

କଲମପୁର:୩୦/୦୩ (କୋଶଳ ନ୍ୟୁଜ):-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଲା ଗ୍ରାମର ସ୍ବର୍ଗତ ରାମକୃଷ୍ଣ ନିଆଳଙ୍କ ଶୃତିରେ ନକ୍ ଆଉଟ୍ କ୍ରିକେଟ ପ୍ରତଯୋଗିତା ଉଦଯାପିତ ହୋଇଯାଇଛି। ସ୍ବର୍ଗତ ରାମକୃଷ୍ଣ ଜଣେ ଲୋକପ୍ରିୟ, ମିଷ୍ଟଭାଷୀ ଓ ମେଲାପି ମଣିଷ ଟିଏ ଥିଲେ ତାସହ ସେ ଜଣେ କ୍ରିକେଟ ଖେଳାଳି ଥିଲେ ତାଙ୍କ ସୃତିରେ କରଚଲା ଗ୍ରାମର ଯୁବପିଢି ଓ କ୍ରିକେଟ ପ୍ରେମୀ ମାନଙ୍କ ସହଯୋଗରେ ଅଞ୍ଚଳର ୧୬ ଟି କ୍ରିକେଟ ଦଳ କୁ ନେଇ ଏହି କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଫାଇନାଲ ଖେଳ ପୋରାଗାଁ ଓ ବାନେର ମଧ୍ୟରେ ମ୍ୟାଚ ହୋଇଥିଲା। ପୋରାଗାଁ ଟଚ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୩ ଓଭର ରେ ୩ ୱିକେଟ୍ ବିନିମୟରେ ୧୧୨ ରନ୍ ସଂଗ୍ରହ କରିଥିଲେ।ଏହାର ଜବାବ ରେ ବାନେର ଦଳ ୯.୨ ଓଭର ରେ ୪ ୱିକେଟ୍ ବିନିମୟ ରେ ୧୧୩ ସଂଗ୍ରହ କରି ରାମକୃଷ୍ଣ ନିଆଲ ମେମୋରିଆଲ ନକ୍ ଆଉଟ୍ କ୍ରିକେଟ ଟୁର୍ଣାମେଣ୍ଟ ପ୍ରଥମ ସିଜନ୍ ର ଚମ୍ପିୟାନ ହୋଇଥିଲେ।ଚମ୍ପିୟାନ ବାନେର ଦଳ ୩୦,୦୦୦ ଟଙ୍କା ସହିତ ଟ୍ରଫି ଓ ରାନର୍ସ ଅଫ ପୋରାଗାଁ କୁ ୨୦,୦୦୦ ଟଙ୍କା ଓ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଉକ୍ତ ଉଦଯାପିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସ୍ବର୍ଗତ ରାମକୃଷ୍ଣ ନିଆଲ ଙ୍କ ଜେଷ୍ଠପୁତ୍ର ଡ଼ା ଚିନ୍ମୟ ନିଆଲ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଅନଙ୍ଗ ସେନ ବାଗ, ବ୍ୟାଙ୍କ କ୍ୟାସୀୟର କୋଦଣ୍ଡ ବାଗ,ସଂଗ୍ରାମ ଟିଭି ର ମୁଖ୍ୟ ସମ୍ପାଦକ ରଞ୍ଜନ କୁମାର ସାହୁ, ସାମ୍ୱାଦିକ ଶରତ ଚନ୍ଦ୍ର ସୁନାନୀ, ସାମ୍ୱାଦିକ ଭୋଜରାଜ ଛତ୍ରିଆ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାରେ ମେନ୍ ଅଫ ଦି ମ୍ୟାଚ ଭାବେ ବାନେର ଦଳର ଧିରେନ୍ ଓ ମ୍ୟାନ ଅଫ ଦି ସିରିଜ ଭାବେ ପୋରାଗାଁ ଦଳର ଶିବରାଜ ମନୋନୀତ ହୋଇ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଅର୍ଜୁନ ଶଗଡ଼ିଆ ଓ ଦିନେଶ ଲହଜଳ ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ହରେକୃଷ୍ଣ ଶବର ଓ ଚେତନ ଶବର ଆମ୍ପିୟାର ରହି ଖେଲ ପରିଚାଳନା କରିଥିଲେ,ତାସହ ଦୀପକ ନିଆଲ ସ୍କୋରବୋର୍ଡ ଦାୟିତ୍ଵ ବହନ କରିଥିଲେ। ସେହିପରି କରଚଲା କ୍ରିକେଟ ଅନୁଷ୍ଠାନର ତନ୍ମୟ ନିଆଲ, ଶିବ ଶଙ୍କର ନୀଆଲ,ଦୟାନିଧି ଶବର,ଅବିନାଶ ଶଗଡ଼ିଆ,ଦକ୍ଷ ନାଗ,ନିର୍ମାଲ୍ୟ ନୀଆଲ୍,ତୁଳସୀ ନିଆଲ,ମୁରଲୀ ଧର ସୁନାନୀ ଙ୍କ ସମେତ ଅନୁଷ୍ଠାନ ର ଅନ୍ୟ ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।
କଲମପୁର ରୁ ଭୋଜରାଜ ଛତ୍ରିଆ ଙ୍କ ରିପୋର୍ଟ

Comments
Loading...