ବେସାହାରା ହେଲେ ୪୦ ଆଦିବାସୀ ପରିବାର

କଳାହାଣ୍ଡି (କୋଶଲ ନ୍ୟୁଜ୍) ସରକାର ଗୋଟିଏ ପଟେ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରୁଥିବାବଳେ ଆଉ ଗୋଟିଏ ପଟେ
ଜଙ୍ଗଲ ବିଭାଗ ଓ ସ୍ଥାନୀୟ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟଙ୍କ ଆକ୍ରମଣର ଶିକାର ହୋଇ ବିତାଡିତ ହୋଇଛନ୍ତି ଆଦିବାସୀ। ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା, ଆମପାଣି ଥାନା, ଗୋତମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫତାପାଣି ଓ ଡୁମେରପାଣି ଗାଁ ରେ। ଏହି ଦୁଇଟି ଗାଁ ର ପ୍ରାୟ ୪୦ପରିବାର ଦୀର୍ଘ ୨୦ ବର୍ଷ ହେଲା ସାହାଜଖୋଲ୍ ସଂରକ୍ଷିତ ଜଙ୍ଗଲରେ ରହି ଆସୁଥିଲେ। ଦୀର୍ଘଦିନ ହେଲା ରହି ଆସୁଥିଲେ ମଧ୍ୟ ଜଙ୍ଗଲ ବିଭାଗ କିଛି ପଦକ୍ଷେପ ନେଇ ନ ଥିଲା। କିନ୍ତୁ ଆଜି ବିଭାଗ ଏବଂ ଗୋତୋମୁଣ୍ଡା ଜଙ୍ଗଲ ସୁରକ୍ଷା କମିଟି ସଦସ୍ୟ ୪୦ଆଦିବାସୀ ପରିବାରକୁ ସଂଘବଦ୍ଧ ଆକ୍ରମଣ କରି ଘର ଦ୍ଵାର ଭାଙ୍ଗି ତଡି ଦେଇଥିଲେ।ଫଳରେ ବର୍ଷା ଦିନରେ ବେସାହାରା ହୋଇପଡିଛନ୍ତି ସମସ୍ତ ଆଦିବାସୀ ପରିବାର। ଏଣୁ ପ୍ରଶାସନ ଦୃଷ୍ଟିଦେଇ ସମସ୍ତ ଆଦିବାସୀ ପରିବାରର ସୁବ୍ୟବସ୍ଥା କରିବାକୁ ସର୍ବ ସାଧାରଣରେ ଦାବୀ ହେଉଛି।

Comments
Loading...