ବାଘେଶ୍ବର ଶୈବପୀଠରେ ଉଠିଲା ମହାଦୀପ, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଦେବଗଡ଼: ମହାଶିବରାତ୍ରିକୁ ନେଇ ସମସ୍ତ ଶୈବ ପୀଠରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ବାଘବର ହାଇସ୍କୁଲ ଛକ ବାଘେଶ୍ବର ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଶୈବ ପୀଠରେ ଅଞ୍ଚଳର ଜନସାଧାରଣ ମାନେ ଜାଗର ଉତ୍ସବ ମହା ଆଡମ୍ବରରେ ପାଳନ କରିଛନ୍ତି । ମହା ଶିବରାତ୍ରିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ପରିଚାଳନା କମିଟି ଦ୍ୱାରା କରା ହଇଥିଲା । ଆଜି ପବିତ୍ର ଜାଗର ଉପବାସ ଥିବାରୁ ଭକ୍ତମାନେ ନିଜ ନିଜର ମନସ୍କାମନା ପୂରଣ କରିବା ପାଇଁ ମହାଦେବଙ୍କ ମନ୍ଦିରରେ ରାତି ଅନିଦ୍ରା ହୋଇ ଉଜାଗରେ ଜାଗର ଜାଳିଛନ୍ତି । ମଧ୍ୟ ରାତ୍ରୀରେ ବାଘେଶ୍ବର ଶୈବପୀଠର ମନ୍ଦିର ଉପରକୁ ଉଠିଲା ମହାଦୀପ । ଏହି ଅବସରରେ କମିଟୀ ପକ୍ଷରୁ ସମସ୍ତଙ୍କ ମନରଞ୍ଜନ ଓ ଉତ୍ସାହ ପାଇଁ ଅନେକ ନାମ ସଙ୍କୀର୍ତ୍ତନ ମଧ୍ୟ ବ୍ୟବସ୍ଥା ହୋଇଛି । ପୂଜା କମିଟିର ସଭାପତି ହୃଦାନନ୍ଦ ପ୍ରଧାନ ଓ ସମ୍ପାଦକ ଲକ୍ଷ୍ମଣ ଦେହୁରୀ କୋଷାଧ୍ୟକ୍ଷ ଚିନ୍ତାମଣି ସାହୁ ଉପଦେଷ୍ଟା ଝସକେତନ ବେହେରା ଗ୍ରାମର ସଭାପତି ଡମ୍ବରୁଧର ନାୟକ ପୂଜକ ଭୁଳେଶ୍ବର ମହାପାତ୍ର ପୂଜା କାର୍ଯ୍ୟରେ ରହିଥିବା ବେଳେ ବିଜୟ ଅଦାବର ଲଳିତ ଗରିଆ ଲୁଲୁ ସାହୁ ଲକ୍ଷ୍ମଣ ଧଳ ସୁବାସ ସାହୁ ଦିଲିପ୍ ପ୍ରଧାନ ରିନୁ ପ୍ରଧାନ ବାବୁ ସାହୁ ଅର୍ଜୁନ ଅଦାବର ଓ ଗ୍ରାମବାସୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।

Comments
Loading...