ଏକ ଦିବସୀୟ ବ୍ରହ୍ମେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ କୁଣ୍ଡେଇଗୋଳା ଚାମ୍ପିୟନ୍ସ

ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଲି ଝାରପୋଷି ଗ୍ରାମରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଝାରପୋଷି ଗ୍ରାମର ବ୍ରହ୍ମେଶ୍ବର କ୍ରିକେଟ କ୍ଲବର ସଭାପତି ଭଞ୍ଜ କିଶୋର ସାହୁ ଓ ସମ୍ପାଦକ ସୁନିଲ କୁମାର ଅଦାବରଙ୍କ ତତ୍ବାବଧାନରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏ‌ହି ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ଓ କରଲଗା ପଞ୍ଚାୟତର ପୂର୍ବତନ ସରପଞ୍ଚ କୁଳମଣି ରାଉତ ଉଦଘାଟନ କରିଥିଲେ। ଏଥିରେ ଆଠଟି ଦଳ ଯୋଗଦେଇଥିଲେ ଯଥା : ପଳସମା, କୁଣ୍ଡେଇଗୋଳା, ଖଇରପାଲି, ଝାରପୋଷି, ବାଘୁଆବୋଲ, ଗୋହିଡା, ଦୁବନାଳୀ ଓ ଖିଲବେର୍ଣି କ୍ରିକେଟ କ୍ଲବ। ଅନ୍ତିମ ପର୍ଯ୍ୟାୟ ରେ କୁଣ୍ଡେଇଗୋଳା ଓ ଦୁବନାଳୀ କ୍ରିକେଟ କ୍ଲବ୍ ସହିତ ଖେଳ ରହିଥିଲା। ଦୁବନାଳୀ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ତିନି ଉଇକେଟ ହରାଇ ୩୦ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ କୁଣ୍ଡେଇଗୋଳା କ୍ରିକେଟ କ୍ଲବ ଦୁଇ ଉଇକେଟ ହରାଇ ୩୩ ରନ୍ ସଂଗ୍ରହ କରି ବିଜୟତା ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସନ୍ତୋଷ କୁମାର ବେହେରା, କରଲଗା ପଞ୍ଚାୟତର ପୂର୍ବତନ ସରପଞ୍ଚ କୁଳମଣି ରାଉତ, ଦେବଗଡ଼ ଜିଲ୍ଲା କଂଗ୍ରେସ ତଥା ଜିଲ୍ଲା କୃଷକ ସଂଘର ସଭାପତି ସେମ ହେମରମ୍ ଯୋଗଦେଇ ମଞ୍ଚାସିନ ରହିଥିଲେ। ଆଜିର ଖେଳ ପରିଚାଳନା ରେ ପ୍ରକାଶ ମିଶ୍ର ଓ ମନୋଜ ପ୍ରଧାନ ରହିଥିବା ବେଳେ ସ୍କୋର ବୋର୍ଡ ରେ କୃଷ୍ଣ ଚନ୍ଦ୍ର ସାହୁ, ଶମ୍ଭୁନାଥ ପୋଢ ଓ ଡ଼ାକ୍ତର ପୋଢ ରହିଥିଲେ। ଭାଷଣବାଜୀ ରେ ପୋଲସ୍ତି ଅଦାବର ଓ ଜୟା ଅଦାବର, ବିଷ୍ଣୁ ପୋଢ, ଦେବାନନ୍ଦ ପ୍ରଧାନ, ଲିପୁନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ଶ୍ରୀ ନିଲେଶ ଅନିରୁଦ୍ଧ ନାୟକ ଖେଳାଳି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ନିଜ ଉଦବୋଧନ ମାଧ୍ୟମରେ ଆଗକୁ କେମିତି ଆହୁରି ଭଲ ଖେଳ ପ୍ରଦର୍ଶନ କରାଯାଇ ପାରିବ ସେ ବିଷୟରେ ମତ ରଖିଥିଲେ ।

ରିପୋର୍ଟ: ପ୍ରଭାସିନୀ ନାୟକ (ଦେବଗଡ଼)

Comments
Loading...