ଧଣ୍ଡାମୁଣ୍ଡାରୁ ବେନକେରା ରାସ୍ତା କୁ ଅଧାରୁ ମରାମତି କରି ଛାଡି ଦେଲା ଆର ଡି ବିଭାଗ

ପାଟଣାଗଡ ୧୧/୦୪(କୋଶଲ ନ୍ୟୁଜ୍):ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ରୁ ହରିଶଙ୍କର ଆର ଡି ରାସ୍ତା ର ଅତି ନିମ୍ନମାନର ହୋଇଥିବା ବେଳେ ବିଭିନ୍ନ ଜାଗାରେ ପିଚୁ ଉପୁଡି ଯିବା ଫଳ ରେ ଖାଲ ଖମା ମାନ ସୃଷ୍ଟି ହୋଇଥିଲା । ଧଣ୍ଡାମୁଣ୍ଡା ରୁ ହରିଶଙ୍କର ରାସ୍ତା ଶୋଚନୀୟ ଖବର ପ୍ରକାଶିତ ହେବା ପରେ ଧଣ୍ଡାମୁଣ୍ଡା ଗାଁର ମନୋଜ ଦାସ ନାମକ ଜଣେ ସମାଜସେବୀ ଉକ୍ତ ଖବର କୁ ନେଇ ଓଡିଶା ସରକାର ଙ୍କ ଜନଶୁଣାଣି ପୋର୍ଟାଲ ରେ ଅଭିଯୋଗ କରିଥିଲେ । ଯାହା ଫଳ ରେ ଆର ଡି ବିଭାଗ ତରଫରୁ ମରାମତି କାମ ଆରମ୍ଭ ହୋଇଥିଲା କିନ୍ତୁ ମରାମତି କାମକୁ ମଧ୍ୟ ଆର ଡି ବିଭାଗ ଅଧାପନ୍ତରିଆ ଭାବରେ କରିଥିବା ଓ ଧଣ୍ଡାମୁଣ୍ଡା ରୁ ବେନକେରା ସଂଯୋଗ କରୁଥିବା ୧ କିମି ରାସ୍ତା କୁ ମଧ୍ୟ ଅସମ୍ପୂର୍ଣ୍ଣ କରିଥିବା ଏବଂ ହରିଶଙ୍କର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଧଣ୍ଡାମୁଣ୍ଡା ଗାଁ ଭିତର ରାସ୍ତା କୁ ମରାମତି ନ କରି ଛାଡି ଦେବା ଫଳ ରେ ଏପର୍ଯ୍ୟନ୍ତ ସେହି ପରି ଶୋଚନୀୟ ଭାବରେ ରାସ୍ତା ପଡ଼ିରହିଛି ଓ ରାସ୍ତା ରେ ପାଣି ଜମି ରାସ୍ତା ଆହୁରି ବିପର୍ଯ୍ୟସ୍ତ ହେବାକୁ ଲାଗିଲାଣି I ଆଗକୁ ବୈଶାଖ ମେଳା ଥିବା ରୁ ଓ ଏହି ରାସ୍ତା ବ୍ୟସ୍ତ ବହୁଳ ରାସ୍ତା ହୋଇ ଥିବାରୁ ଦୁର୍ଘଟଣା ମାନ ଘଟିବାର ସମ୍ଭାବନା ଅଛି । ଏ ବିଷୟରେ ପାଟଣାଗଡ ଆର ଡି ବିଭାଗ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ମୋବାଇଲ ସୁଇଚ ଅଫ ଥିଲା । ଏଣୁ ଆର ଡି ବିଭାଗ ସୋଚନୀୟ ରାସ୍ତା କୁ ଅଧାପନ୍ତରିଆ ନ ଛାଡି ଗାଁ ଭିତରୁ ରାସ୍ତା କୁ ମରାମତି କରାଯିବାକୁ ସାଧାରଣ ରେ ଦାବି ହେଉଛି ।

Comments
Loading...