ଗମ୍ଭାରୀଗୁଡା ଠାରେ ସପ୍ତମ ବାର୍ଷିକ ପଞ୍ଚାୟତ ସ୍ଥରୀୟ କିର୍କେଟ୍ ଟୁର୍ଣ୍ଣl ମ୍ୟାଚ ଅନୁଷ୍ଠିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଲl ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡା ଠାରେ ସପ୍ତମ ବାର୍ଷିକ ପଞ୍ଚlୟତ ସ୍ଥରୀୟ କିର୍କେଟ୍ ଟୁର୍ଣ୍ଣl ମ୍ୟାଚ ଗମ୍ଭାରୀଗୁଡା ଯୁବ ସଙ୍ଘ ( JMKCC )ପକ୍ଷରୁ ଅନୁଷ୍ଠିତ ହୋଇଥିଲା l ଉକ୍ତ ମ୍ୟାଚରେ ଷହୋଲଟି କ୍ରିକେଟ ଟିମ୍ ଭାଗ ନେଇଥିଲେ ଓ ଫାଇନାଲ୍ ମ୍ୟାଚଟି କନେରସିଙ୍ଗା ଓ ଆମଗାଁ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା l
ଏହି ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଗମ୍ଭାରୀଗୁଡା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ହରି ମାଝୀ, ଗୁଡ଼ଭେଲl ବ୍ଲକ ଉପ ଉପାଧ୍ୟକ୍ଷଙ୍କ ପ୍ରତିନିଧି ଶ୍ରୀଯୁକ୍ତ ନୀଳ ସେଠ୍ ଓ ଗମ୍ଭାରୀଗୁଡା ପଞ୍ଚlୟତର ବହୁତ ମାନ୍ୟଗଣ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଉଭୟ ପକ୍ଷର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଫାଇନାଲ୍ ମ୍ୟାଚଟି ବାର ଅଭର ବିଶିଷ୍ଟ ହୋଇ ଥିଲା l

କନେର ସିଙ୍ଗା ଦଳ ପ୍ରଥମେ ବ୍ୟାଟିଂଙ୍ଗ କରି ନିର୍ଦ୍ଧାରିତ ୧୨ଅଭରରେ ୬ଟି wickets ହରାଇ ୧୦୫ ରନ କରିଥିଲେ ଓ ଆମଗାଁ ଦଳ ୧୨ ଅଭରରେ ୮ଟି wickets ହରାଇ ୮୨ ରନ କରି ରନର୍ସ ହୋଇଥିଲେ l କନେରସିଙ୍ଗl କ୍ରିକେଟ ଟିମ୍ ବିଜୟ ଲାଭ କରିଥିଲl l

Comments
Loading...